ଜିମ୍ ଯାଇ ବ୍ୟାୟାମ କରିବା ହେଲା କାଳ : ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ !!!

0
381

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜିମରେ ଅସୁସ୍ଥ ହୋଇ ପଡ଼ିଥିବା ଜଣେ ଛାତ୍ରଙ୍କ ଶନିବାର ଦିନ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ବାଲୁଗାଁ ଏନଏସି ଅନ୍ତର୍ଗତ ୧୧ ନଂ ୱାର୍ଡ ସାରଳା ପଦର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ପୁଅ ଦିଲ୍ଲୀପ (୧୬) । ସେ ସ୍ଥାନୀୟ ପଞ୍ଚୁପଲି ମହାବିଦ୍ୟାଳୟ ର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ । ପ୍ରତିଦିନ ଭଳି ଗୁରୁବାର ସେ ବାଣପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ଜିମ ସେଣ୍ଟରକୁ ଯାଇ ବ୍ୟାୟାମ କରୁଥିଲେ । ଏହି ସମୟ ରେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ବାଣପୁର ଓ ପରେ ବାଲୁଗାଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ଭୁବନେଶ୍ଵର ଓ ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ଭୋରରେ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟର କାରଣ ଜଣା ପଡ଼ିନଥିବା ବେଳେ ଏନେଇ ଦିଲ୍ଲୀପଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ । ଦିଲ୍ଲୀପଙ୍କ ମୃତ ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ପକ୍ଷରେ ଏହି ଅଞ୍ଚଳରେ ଛତୁ ଫୁଟିଲା ଭଳି ଜିମ୍ ଖୋଲିଛି । ଏଥିରେ ଆବଶ୍ୟକ ଅଭିଜ୍ଞ ଟ୍ରେନର ନଥିବା ବେଳେ ଜିମ୍ ଗୁଡିକରେ ପଞ୍ଜିକରଣ ହେଉ ନଥିବା ଅଭିଯୋଗ ହେଉଛି । ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here