ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି : ନିର୍ମାଣ କାମ ନିମ୍ନମାନର ଅଭିଯୋଗ ।।

0
549

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି ଅନେକ ଯୋଜନା . ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ଠାରୁ ଆରମ୍ଭ କରି ଗମନାଗମନ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି କୋଟ କୋଟି ଟଙ୍କା , ହେଲେ କିଛି ଅସାଧୁ ସରକାରୀ କର୍ମଚାରୀ ଏବଂ ମୁନାଫାଖୋର ଠିକାଦାରଙ୍କ ପାଇଁ ଅନେକ ସ୍ଥାନରେ ଯୋଜନା ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ .

ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତରୁ , କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରୁ ଗୋପବନ୍ଧୁ ନଗର ରାସ୍ତା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ନୂତନ ସିସି ଢ଼ଳେଇ ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା . ଏପରିକି କଂକ୍ରିଟ ରାସ୍ତା ନିର୍ମାଣ କରି ତାହା ଉପରେ ପାଣି ଦିଆଯାଇ ନଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ .

ବିଭାଗୀୟ କାର୍ଯ୍ୟଦେଶରେ ନିର୍ମିତ୍ତ ଏହି ରାସ୍ତା ରେ ଆବଶ୍ୟକ ଅନୁଯାୟୀ ତଥା ଅନୁମୋଦିତ ସାମଗ୍ରୀ ବ୍ୟବହାର ହୋଇନାହିଁ , ରାସ୍ତା ନିର୍ମାଣ ପରେ ସିସି ଢ଼ଳେଇ ଉପରେ ପାଣି ନଦେଇ କେବେଳ ବାଲି ବିଛାଇ ଦେଇଛନ୍ତି ବିଭାଗୀୟ ଯନ୍ତ୍ରୀ . ବିଭାଗୀୟ ଅଧିକାରୀଙ୍କ ଏପରି ମନମୁଖୀ କାମ ବିରୋଧରେ ବାଙ୍କୀ ପ୍ରଶାସନକୁ କିଛି ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି .

LEAVE A REPLY

Please enter your comment!
Please enter your name here