ମେରୁ ଉତ୍ସବ ବେଳେ ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଶ୍ରୀନିବାସ ପ୍ରଧାନ ଗିରଫ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗତ ଅପ୍ରେଲ 13 ତାରିଖରେ ନୟାଗଡ ଟାଉନଥାନା ଅନ୍ତର୍ଗତ ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗ୍ରାମର ମେରୁଉତ୍ସବ ପାଳନ ବେଳେ ଘଟିଥିଲା ଗୋଷ୍ଠୀ ସଂଘର୍ଷ । ମେରୁ ଶୋଭାଯାତ୍ରା ବେଳେ ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗ୍ରାମ ମଧ୍ୟରେ ସଂଘର୍ଷ ଉଗ୍ର ରୁପ ନେଇଥିଲା । ଏହି ସଂଘର୍ସରେ ଦୁର୍ଗାପ୍ରସାଦ ଗାଁ ର ଯୁବ ଇଂଜିନିୟର ନବୀନ ପରିଡାଙ୍କୁ ଦେଉଳପଲ୍ଲୀ ଗ୍ରାମର କିଛି ଦୁର୍ବିତ୍ତ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ସହ ପୋଲିସକୁ ମଧ୍ୟ ମରଣାତ୍ମକ ଆକ୍ରମଣ ହୋଇଥିଲା । ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଦେଉଳପଲ୍ଲୀ ଗ୍ରାମର ସଭାପତି ଶ୍ରୀନିବାସ ପ୍ରଧାନଙ୍କୁ କେନ୍ଦୁଝର ଜିଲ୍ଲାର ବର୍ଡର ଅଚଂଳରୁ ଗିରଫ କରିଥିବା ସୁଚନା ମିଳିଛି । ଏହି ହତ୍ୟା ମାମଲାରେ ପୋଲିସ ପୁର୍ବରୁ 16 ଜଣ ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ 2 ଜଣଙ୍କୁ ଗିରଫ କରି ସାରିଛି । ତେବେ ଦୀର୍ଘଦିନ ଧରି ମୁଖ୍ୟ ଅଭିଯୁକ୍ତ ଶ୍ରୀନିବାସ ପ୍ରଧାନ ଫେରାର ରହିଥିବା ବେଳେ ପୋଲିସ ସୁଚନା ପାଇ ଏକ ସ୍ଵତନ୍ତ୍ର ଟିମ ଯାଇ କେନ୍ଦୁଝର ଜିଲ୍ଲାରୁ ଶ୍ରୀନିବାସକୁ ଗିରଫ କରିଥିବା ସାମ୍ବାଦିକ ସମ୍ମୀଳନୀରେ ଏସଡିପିଓ ସୁଭେନ୍ଦୁ ସିହ୍ନା ସୁଚନା ଦେଇଛନ୍ତି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ଏସଡିପିଓ କହିଛନ୍ତି । ଏହି ସାମ୍ବାଦିକ ସମ୍ମୀଳନୀରେ ନୟାଗଡ ଟାଉନଥାନା ଅଧିକାରୀ ପ୍ରଜ୍ଞା ପରିମିତା ଜେନା ଏବଂ ଏସଅ।ଇ ଧର୍ମେନ୍ଦ୍ର ଶିଅ।ଳ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *