ଜିଲ୍ଲା ସ୍ତରୀୟ ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସ୍ବାଧୀନତା ର 75 ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ର ସହଯୋଗୀତାରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି .ତିରୁପତି ରାଓ ଯୋଗଦେଇ ଗଜପତି ଜିଲ୍ଲାରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ର ଉଲ୍ଲେଖ କରିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୌରହିତ୍ୟ କରି ସୌର ଉର୍ଯାର ଉପଯୋଗୀତା ଏବଂ ଭବିଷ୍ୟତରେ ତାହାର ବହୁଳ ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ବିଦ୍ୟୁତ ର ବିଭିନ୍ନ ଉପଯୋଗୀତା ଏବଂ ଉପଲବ୍ଧତା ଉପରେ ନିଜର ମତାମତ ପୋଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓ ପି ଟି ସି ଏଲ ଡିଜିଏମ ଦାମୋଦର ପ୍ରସାଦ ପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ବିଦ୍ୟୁତ କ୍ଷେତ୍ରରେ ବିଗତ 8 ବର୍ଷ ରେ ହୋଇ ଥିବା ଉଲ୍ଲେଖନିୟ ପ୍ରଗତି ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରିବା ପାଇଁ ସଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଦ୍ୟୁତ କ୍ଷେତ୍ରରେ ଉପଲବ୍ଧତାକୁ ଅଡ଼ିଓ ଭିଡିଓ ଭିଜୁଆଲ ମାଧ୍ୟମରେ ପଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଏନ.ଟି.ପି.ସି ସୌଜନ୍ୟରେ ଓ ଓ.ପି.ଟି.ସି.ଏଲ ଏବଂ ଟି.ପି.ଏସ.ଓ.ଡି.ଏଲ ର ସହଯୋଗୀତାରେ ଆୟୋଜନ କରାଯାଇଥିଲା । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ର ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ କୁ ଜନ ସାଧାରଣ ଙ୍କ ପାଖକୁ ପହଞ୍ଚାଇବା ଏବଂ ବିଦ୍ୟୁତ ର ସଦୁପଯୋଗ ଓ ସୌର ଉର୍ଯାର ସୁଫଳ ଉପରେ ସଚେତନତା ଜାଗ୍ରତ କରିବା । ବରିଷ୍ଠ ମ୍ୟାନେଜର ଏନ.ଟି.ପି.ସି ରମାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓ ପି ଟି ସି ଏଲ ଏବଂ ଟି ପି ଏସ ଓ ଡି ଏଲ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *