ଚିଲିକା ନଇରି ଗାଁର ବରିଷ୍ଠ ପାଲାପ୍ରେମୀ ନାଲୁ ମୋହନ ଘଡାଇଙ୍କ ସ୍ମରଣ ସଭା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜିକାଲି ର ସମାଜରେ ବସବାସ କରୁଥିବା ଲୋକେ ଏତେ ଆଗୁଆ ହୋଇ ଗଲେଣି ଯେ , କିଛି ଲୋକ ଆଉ ପାଲା , ଦାସକାଠିଆ, କେଂଦେରା ଭଳି ପୁରାତନ କଳାକୁ ସେତେ ମାତ୍ରାରେ ଭଲ ପାଉ ନାହାନ୍ତି , ସମୟର ତାଳେ ତାଳେ ସମାଜ ମଧ୍ୟ ତାଳ ଦେଇ ଚାଲିଛି ,କିନ୍ତୁ ଆଜିର ସମାଜରେ ଆମେ ସେହି ଭଳି କିଛି ମହାନ୍ ବ୍ୟକ୍ତିତ୍ଵ ଙ୍କୁ ମନେ ପକାଇଥାଉ . ସେଥି ମଧ୍ୟରୁ ନାଲୁ ମୋହନ ଘଡାଇ ଅନ୍ୟତମ . ଘର ନଇରି ଗାଁ ରେ ହୋଇଥିଲେ ମଧ୍ୟ ପାଲା ପ୍ରତି ତାଙ୍କର ଅଜସ୍ର ଭଲ ପାଇବା ରହିଥିଲା . ଆଜକୁ ପ୍ରାୟ ଦୀର୍ଘ ୨୧ ବର୍ଷ ଧରି ସେ ନିଜ ଦ୍ଵାର ସମୁଖରେ ବାଦୀ ପାଲା କରି ଆସୁଥିଲେ . ହେଲେ ତାଙ୍କର ଗତବର୍ଷ ଦେହାନ୍ତ ହୋଇଥିଲା . ତେଣୁ ଏହାକୁ ଦୀର୍ଘ ଏକ ବର୍ଷ ପୁରିବାରୁ ତାଙ୍କର ଏକ ସ୍ମରଣ ସଭା କରାଯାଇଥିଲା । ଏଥିରେ ସଭାପତି ରୂପେ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥିଲା, ପ୍ରଥମେ ନୀରବ ପ୍ରାର୍ଥନା ସହିତ ପୁଷ୍ପାଞ୍ଜଳି ଦିଆଯାଇଥିଲା । ଏଥିରେ ଗାୟକ ତପନ ନବ କିଶୋର ମହାରଣା, ଗାୟକ ବାଗ୍ ଭୂଷଣ ଗୌରୀ ଶଙ୍କର ରଥ, ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନଙ୍କ ସହିତ ବସନ୍ତ କୁମାର ଜେନା, ଯୋଗେନ୍ଦ୍ର ବିଶ୍ବାଳ, ଶରତ କୁମାର ଘଡେ଼ଇ, ଭଞ୍ଜ କିଶୋର ବେହେରା ଙ୍କ ସମେତ ଗ୍ରାମର ଅନେକ ସାହିତ୍ୟ ପ୍ରେମୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *