କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକାଶ ପାଇଛି +୨ ବିଜ୍ଞାନ ପରୀକ୍ଷା ଫଳ । ବାଙ୍କୀ ନିର୍ବାଚନ ମଣ୍ତଳୀ କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରକାଶିତ ବିଜ୍ଞାନରେ ଉତ୍ତିର୍ଣ୍ଣ ପରୀକ୍ଷା ହାର ଶହେ ଶତକଡା ରହିଛି । ବୋଲଗଡ ବ୍କକର ଠଣାପଲ୍ଲୀ ଗ୍ରାମର ସୋନାଲୀ ପଣ୍ତା ୬୦୦ ରୁ ୫୦୯ ନଂବର ( ୮୪% ) ରଖି ମହାବିଦ୍ୟାଳୟ ଟପର ହୋଇଛନ୍ତି । ସର୍ବୋମୋଟ ବିଜ୍ଞାନରେ ୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯ ଜଣ ଏବଂ ୫ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି । କଲେଜ ଟପର ସୋନାଲୀ ପଣ୍ତା ଗରିବ ବ୍ରାହ୍ମଣ ଘରର ପାଣି ପବନରେ ରହି ମଧ୍ୟ ସବୁବଳେ ନିଜର ପଢାପ୍ରତି ଧ୍ୟାନ ଦେଇ ଆସିଛନ୍ତି । ମହାମାରୀ କରୋନା ସମୟରେ କଲେଜ ବନ୍ଦ ଥିଲାବେଳେ ବହୁ ସଂଘର୍ଷ ଭିତରେ ବଞ୍ଚୁଥିବା ବାପା ଧନେଶ୍ବର ପଣ୍ତା ଜଣେ ଚାଷୀ ହୋଇଥିଲେ ହେଁ, ଝିଅର ପଢା ପାଇଁ ଉପଯୁକ୍ତ ଟିୟୁସନ ଓ ଅନଲାଇନ ରେ ପଢ଼ା ପାଇଁ ମୋବାଇଲ୍ କ୍ରୟ କରି ଯୋଗେଇ ଦେଇଥିଲେ । ପିଲା ମାନଙ୍କ ପଢିବାରେ ମାତା ପୁଷ୍ପଲତା ପଣ୍ତାଙ୍କର ବହୁତ ଅବଦାନ ରହୁଛି । ଯାହା ଅନ୍ୟ ଅଭିଭାବକ ମାନଙ୍କ ପାଇଁ ଶିକ୍ଷଣୀୟ ଅଟେ । ସଂଘର୍ଷ ଭିତରେ ଦୃଢ ଇଛାଶକ୍ତି ନିଶ୍ଚିନ୍ତ ସଫଳତାର ଶୀର୍ଷକୁ ନେଇଥାଏ । ସୋନାଲୀ ପଣ୍ତା ଭବିଷ୍ୟତରେ ମେଡିକାଲ ଦିଗକୁ ନିଜ ଜୀବନର ଲକ୍ଷ ଭାବେ ନେଇଛନ୍ତି । ଷ୍ଟାଫ ନର୍ସ ଶିକ୍ଷା ସମାପ୍ତ କରି ଜଣେ ଭଲ ସେବିକା ହୋଇ ଲୋକଙ୍କର ସେବା କରିବା ତାଙ୍କ ଜୀବନର ମୂଳମନ୍ତ୍ର ହେବ ବୋଲି ତାଙ୍କ ସାକ୍ଷାତରେ କହିଛନ୍ତି । ଜଣେ ମେଧାବୀ ଛାତ୍ରୀ ହିସାବରେ ପୂର୍ବରୁ ତୃତୀୟ , ପଞ୍ଚମ ଏବଂ ନବମ ଶ୍ରେଣୀରେ ମଧ୍ୟ ସରକାରୀ ବୃତ୍ତି ପାଇଛନ୍ତି । ପଢା ବ୍ୟତିତ ଫୁରସତ ମିଳିଲେ ଅନ୍ୟ ଦିଗରେ ମନ ନବଳେଇ ପତ୍ର ପତ୍ରିକାରୁ ଶିଶୁ ଗଳ୍ପ ପଢିବା ତାଙ୍କର ଗୋଟେ ନିଶା ଓ ଅଭ୍ୟାସ । ଠଣାପଲ୍ଲୀର କନ୍ୟାରତ୍ନ ସୋନାଲୀ ପଣ୍ତାଙ୍କ ସଫଳତାରେ ଗ୍ରାମବାସୀ ବହୁତ ଖୁସି ବ୍ୟକ୍ତ କରିଛନ୍ତି । କଳାପଥର ମହାବିଦ୍ୟାଳୟର ପରିଚାଳନା କମିଟି , ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କଲେଜ ଅଧ୍ୟକ୍ଷ ସୁନନ୍ଦ ଛାଟୋଇ କଲେଜ ବିଜ୍ଞାନ ଟପର ସୁଶ୍ରୀ ସୋନାଲୀଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

