ବାଣପୁର ଶୁଳିଆ ଜଙ୍ଗଲରେ ଆତଙ୍କ ଖେଳଉଛି ବାଘ : ଭୟରେ ସ୍ଥାନୀୟ ବାସିନ୍ଦା !!!

0
503
Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଶୁଳିଆ ଜଙ୍ଗଲରେ ଆତଙ୍କ ଖେଳଉଛି ବାଘ , ଭୟରେ ସ୍ଥାନୀୟ ବାସିନ୍ଦା ! ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଶୁଳିଆ ଜଙ୍ଗଲରେ ବାଘ ଆତଙ୍କ । ଏକ ଷଣ୍ଢ କୁ ଘୋଶାରି ନେଇ ତାର ଅଧା ଶରୀର କୁ ଖାଇ ଦେଇଛି ବାଘ । ଜଙ୍ଗଲ ର ବିଭିନ୍ନ ସ୍ଥାନରେ ଓ ମୃତ ଷଣ୍ଢ ନିକଟରେ ବାଘ ର ପାଦ ଚିହ୍ନ ପଡ଼ି ରହିଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଜଙ୍ଗଲ ଟି ଟାଙ୍ଗୀ ଫରେଷ୍ଟ ବିଭାଗ ଅଧିନସ୍ତ ସଲପଡି ବିଟ୍ ହାଉସ ଅଞ୍ଚଳରେ ହୋଇଥିବା ବେଳେ ଏକ ବାଘ ଜଙ୍ଗଲ ମଧ୍ୟକୁ ପଶି ଆସିଥିବାର ଖବର ପାଇ ବିଟ୍ ହାଉସ୍ ର କର୍ମକର୍ତ୍ତା ଶୁଳିଆ ଜଙ୍ଗଲ ରେ ବୁଲି ବିଭିନ୍ନ ସ୍ଥାନରୁ ପାଦ ଚିହ୍ନ ଥିବା ଦେଖି ତାର ଫଟୋ ଉଠାଇଥିଲେ । ତା ପର ଦିନ ଜଙ୍ଗଲ ମଧ୍ୟରେ ଏକ ଷଣ୍ଢ କୁ କିଏ ମାରି ଦେଇଥିବାର ସ୍ଥାନୀୟ କିଛି ଲୋକଙ୍କ ଠାରୁ ଖବର ପାଇ ଫରେଷ୍ଟ ବିଟ୍ ହାଉସ୍ କର୍ମକର୍ତ୍ତା ଜଙ୍ଗଲ ମଧ୍ୟକୁ ଯାଇଥିଲେ । ଷଣ୍ଢ ମରି ପଡିଥିବା ସ୍ଥାନରେ ପହଞ୍ଚି ସେଠାରେ ଏକ ବାଘର ପାଦ ଚିହ୍ନ ଦେଖିବାକୁ ପାଇବା ସହ ସେହି ବାଘ ଟି ଷଣ୍ଢ ଟିକୁ ମାରିଚି ବୋଲି ଜାଣିବାକୁ ପାଇଥିଲେ । ଜଙ୍ଗଲ ଅଭିମୁଖେ ନ ଯିବା ପାଇଁ ଲୋକଙ୍କୁ ସତର୍କ କରିଛି ବନବିଭାଗ । ବାଘ ଟି ଭଞ୍ଜନଗର ଜଙ୍ଗଲ ରୁ ଉକ୍ତ ଜଙ୍ଗଲକୁ ଆସିଛି ଓ ଏହା ଏକ ମହାବଳ ବାଘ ହୋଇଥିବାର ଅନୁମାନ କରାଯାଉଛି । ସ୍ଥାନୀୟ ଜଙ୍ଗଲରେ ବାଘର ଏପରି ଆତଙ୍କ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ଥିବା ବେଳେ ଜଙ୍ଗଲ ରୁ ବାଘ କୁ ଘଉଡାଇବା ପାଇଁ ସାଧାରଣ ରେ ଦାବି ହେଉଛି !

LEAVE A REPLY

Please enter your comment!
Please enter your name here