ଯାଜପୁର ରେ କରୋନା ସଚେତନତାର ଏକ ନିଆରା ପ୍ରୟାସ : ଚିନ୍ମୟ ଫାଉଣ୍ଡେସନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରେ ମହାମାରୀ କରୋନାକୁ ପରାହତ କରିବା ପାଇଁ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ଭାବରେ ଜାରି ରହିଛି ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ଏହିପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୬୦ ଓ ୮୬୧ ତମ ଦିବସରେ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଲୋକମାନଙ୍କୁ ସଚେତନ ସହ ଟୀକା ନେବା ପାଇଁ ପରାମର୍ଶ ଦେଇଥିଲେ । ଗରିବ, ଅସହାୟ, ବୁଭୁକ୍ଷୁ ,ପାଗଳା ଆଦିଙ୍କୁ ଖାଦ୍ୟ, ବସ୍ତ୍ର ଆଦି ସହ ଆବଶ୍ୟକୀୟ ବ୍ୟକ୍ତି ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ, ଡେଟେଲ, ହ୍ୟାଣ୍ଡ ଗ୍ଲୋଵ୍ସ, ଫିନାଇଲ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସମେତ ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସାଗର ମଲ୍ଲିକ ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *