ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନ ଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ର ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ଅଧ୍ୟକ୍ଷତାରେ କୂଳ ସମାଜ ର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଜିଲ୍ଲା ରେ ଥିବା 21 ଗୋଟି କୂଳ ସମାଜ 3 ଟି ସମ୍ପ୍ରଦାୟରୁ 48 ଜଣ ସଭାପତି ଓ ସମ୍ପାଦକ ଉପସ୍ଥିତ ରହିଥିଲେ ୲ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଲିଙ୍ଗରାଜ ପଣ୍ଡା, ଜିଲ୍ଲାପାଳ ବାଲ୍ୟ ବିବାହ କୁ ଜିଲ୍ଲା ରୁ 2022 ଶେଷ ସୁଦ୍ଧା ତୃଣମୂଳ ସ୍ତର ରୁ ରୋକିବା ନେଇ ଆଲୋଚନା କରିଥିଲେ . କୂଳ ସମାଜ ର ନେତା ବାଲ୍ୟ ବିବାହକୁ ରୋକିବା ଦିଗରେ ଏକ ବଡ ଦାୟିତ୍ଵ ରହିଛି ଓ ନିଜ କୂଳ ସମାଜ ରେ ବାଲ୍ୟ ବିବାହକୁ ନ କରିବା ପାଇଁ ଉଦ୍ୟମ ଜାରି ରଖିବା ପାଇଁ ଅନୁରୋଧ କରି ଥିଲେ . ତତ୍ ସହିତ ସଚେତନତା କରି ଜଣାଇବା ଓ ସଂକଳ୍ପ ପତ୍ର ପ୍ରଶାସନ କୁ ପ୍ରଦାନ କରିବା ନିମନ୍ତେ ଜଣାଇଥିଲେ। ଆସନ୍ତା ଅଗଷ୍ଟ 15 ତାରିଖ ସ୍ଵାଧୀନତା ଦିବସ ଅବସରରେ ଏକ ଦସ୍ତଖତ ଅଭିଯାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଆମର ସମସ୍ତଙ୍କ ଲକ୍ଷ୍ୟ ଓ ସମସ୍ତଙ୍କ ମିଳିତ ଉଦ୍ୟମ ରେ ଆମେ ଏହାକୁ ସଫଳ କରିବା ବୋଲି ସୂଚେଇ ଥିଲେ । ବାମଦେବ ସିଂହ, ଅତିରିକ୍ତ ପୋଲିସ ଅଧିକ୍ଷକ ବାଲ୍ୟ ବିବାହ ସୂଚନା ପ୍ରଦାନ ନିମନ୍ତେ 112 ନମ୍ବର କୁ କଲ୍ କରି ଜଣାଇବା ସହ ସମସ୍ତ ସହୋଯାଗ କରାଯିବ ଓ ସୁରକ୍ଷା ର ବ୍ୟବସ୍ଥା ମଧ୍ୟ ଦିଅଯିବ ବୋଲି ଅବଗତ କରିଥିଲେ . ତତ୍ ସହ ସମାଜରୁ ବାଲ୍ୟ ବିବାହ ପରି କୁ ପ୍ରଥା କୁ ଦୁରେଇବାକୁ ହେଲେ ସମସ୍ତଙ୍କ ର ପ୍ରୟାସ ଓ ବାଲ୍ୟ ବିବହ କୁ ନା କହିବା ର ଆବଶ୍ୟକତା ରହିଛି ବୋଲି କହିଥିଲେ। ଫାଲଗୁନି ମାଝୀ ପ୍ରକଳ୍ପ ପ୍ରକାଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଗ୍ରାମ ସ୍ତର ରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ସାମୁହିକ ସଚେତନତା ଓ ମାନସିକ ଚିନ୍ତାଧାରା ରେ ପରିବର୍ତ୍ତନ ହେବା ର ଆବଶ୍ୟକତା ରହିଛି ବୋଲି ସୂଚେଇଥିଲେ । ଶ୍ରୀମତୀ ଅଳକା ସାହୁ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ବାଲ୍ୟ ବିବାହକୁ ଅବମାନନା କରୁ ଥିବା ଲୋକୋଙ୍କ ବିରୁଦ୍ଧ ରେ ମକଦ୍ଦମା କରି ଦଣ୍ଡ ଦେବାର ଆବଶ୍ୟକତା ରହିଚି ଓ କୂଳ ସମାଜ ମଧ୍ଯ ବାଲ୍ୟ ବିବାହ ରୋକିବା ନିମନ୍ତେ ନିଜ କୂଳ ରେ କଠୋର ନିୟମ ଆଣିବା ର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମନ୍ନିତ ଶିଶୁ ସୁରକ୍ଷା ଯୋଜନା ରେ ଥିବା ସୁବିଧା ବିଷୟ ରେ ଅବଗତ କରେଇ ଥିଲେ। ଶ୍ରୀ ବିକାଶ କୁମାର ମେହେର ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ବାଲ୍ୟବିବାହ କାହାକୁ କହିବା, ବାଲ୍ୟବିବାହ ର ପ୍ରମୁଖ କାରଣ, ବାଲ୍ୟବିବାହର କୁ ପ୍ରଭାବ ଓ ଦଣ୍ଡ ବିଧାନ ବିଷୟରେ ଅବଗତ କରେଇବା ସହ ସଭା ପରିଚାଳନା କରିଥିଲେ । ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କେନ୍ଦ୍ର ପ୍ରଶାସିକା ସକ୍ଷୀ ଦ୍ଵାରା ଦିଆଯାଉଥିବା ସେବା ଉପରେ ଅବଗତ କରାଇ ଥିଲେ। ଚାଇଲଡ ଲାଇନ ର ଜିଲ୍ଲା ସଂଯୋଜକ ନାରେଶ୍ୱର ଚୌଧୁରୀ , ଏହାର ସେବା ସମ୍ପର୍କରେ ଅବଗତ କରାଇଥିଲେ। ଶେଷରେ ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭା ରେ ଜିଲ୍ଲାପାଳ ଙ୍କ ଓଏସଡି , ସମନ୍ଵିତ ଶିଶୁ ବିକାଶ ଯୋଜନା ର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ କର୍ମକର୍ତ୍ତା ଏବଂ ଆକ୍ସନ ଆଡ୍ଡର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଜିଲ୍ଲା କୁ ବାଲ୍ଯ ବିବାହ ମୁକ୍ତ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ କୂଳ ସମାଜ ର ନେତା ଙ୍କୁ ନେଇ ବୈଠକ !!!

