କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଗତ କାଲି ପ୍ରାୟ ରାତି 12 ଟା ସମୟରେ ଦୁଇ ଜଣ ଯୁବକ ହରିଅଙ୍କ ଗ୍ରାମର ଜଣେ ମଦ ବ୍ୟବସାୟୀଙ୍କ ଘରକୁ ଯାଇ ନିଜକୁ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ କହି ତାଙ୍କଠାରୁ ମଦ ଓ ଟଙ୍କା ମାଗିଥିଲେ । ବ୍ୟବସାୟୀ ଜଣକ ନ ଦେବାରୁ ତାଙ୍କୁ ଅସଭ୍ୟ ବ୍ୟବହାର କରି କଲର ଧରି ଧମକାଇଲେ । ହେଲେ ଦୁଇ ଯୁବକ ଙ୍କୁ ଏସବୁ କରିବା ପଡିଲା ମହଙ୍ଗା । ସେହି ସମୟରେ ଗ୍ରାମର କିଛି ଲୋକ ସେମାନଙ୍କୁ ଅଟକାଇ ଥିଲେ । ସୂଚନା ମୁତାବକ ଶ୍ରୀକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ଘଟଣା ସ୍ଥଳ ରୁ ଖସି ପଳେଇଥିବା ବେଳେ ଭାଗ୍ୟଧର ମଲ୍ଲିକ ନାମକ ଜଣଙ୍କୁ ଅଟକାଇ ଗ୍ରାମବାସୀ ଓ ବ୍ୟବସାୟୀ ନିର୍ଦ୍ଧୁମ ଛେଚିଲେ । ଏନେଇ ସେଇ ବ୍ୟବସାୟୀ ଜଣଙ୍କ ସ୍ଥାନୀୟ ଚାନ୍ଦୋଳ ଫାଣ୍ଡିରେ ମଧ୍ୟ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ବିଳମ୍ଭିତ ରାତି ରେ ନିଜକୁ ଅବକାରୀ ବିଭାଗ ର କର୍ମଚାରି ବୋଲି ପରିଚୟ ଦେଇ ଲୋକ ଙ୍କୁ ଡରାଇ ଓ ବ୍ୟବସାୟୀ ଙ୍କୁ ଧମକ ଦେଇ ଚାନ୍ଦା ଆଦାୟ କରିବାର ଦୁଃସାହସ କରିଥିବା ଯୁବକ ଙ୍କୁ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇ ଚାନ୍ଦୋଳ ଫାଣ୍ଡି ପୋଲିସ କୁ ଜିମା ଦେଇଥିଲେ । ଅପରପଟେ ଅଟକ ଓ ଫେରାର ଥିବା ଯୁବକ ଅବକାରୀ ବିଭାଗର ଗାଡି ଡ୍ରାଇଭର ବୋଲି ସୂଚନା ମିଳିଛି ।
ମହଙ୍ଗା ପଡିଲା ଅବକାରୀ ବିଭାଗ ପରିଚୟ ଦେଇ ବଟି ଆଦାୟ : ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ !!!

