ଗଜପତି ଗୀତାଜ୍ଞାନ ପ୍ରଚାର ସମିତି ଗଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମଠ ପରିସରରେ ସନ୍ଥ ଶ୍ରୀ ରାମନନ୍ଦ ଦାସ ମହାରାଜଙ୍କ ଆହ୍ୱାନ କ୍ରମେ ଗତ କାଲି ଗୀତର ପ୍ରଚାର ପ୍ରସାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପଦେଷ୍ଟା ରୂପେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଅନାଦି ପାଣିଗ୍ରାହୀଙ୍କୁ ଗ୍ରହଣ କରି ଆଲୋଚନା ପରେ ପଣ୍ଡିତ କୁମୁନ୍ଦ ରଞ୍ଜନ ଦାଶ ଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇ ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ଏବଂ ଗୀତା ପ୍ରେମୀ ମାନଙ୍କୁ ନେଇ କମିଟି ଗଠନ ପାଇଁ ପ୍ରସ୍ତାବ ପ୍ରଦାନ କରିଥିଲେ l ଏଥିରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଏବଂ ଗୁରୁଚରଣ ଶବର ଙ୍କୁ ସହଯୋଗ କରିବା ପାଇଁ ସେଠାରେ ସହମତି ପ୍ରକାଶ ପାଇଥିଲା l ଆଲୋଚନା ଅନୁସାରେ ଆଜି ଆଭାସୀ ମାଧ୍ୟମ ରେ ଗୀତାଜ୍ଞାନ ପ୍ରଚାର ସମିତି ଗଠିତ ହୋଇଛି l ଏଥିରେ ସମସ୍ତ ବ୍ଲକ ର ଗୀତା ପ୍ରେମୀ ମାନଙ୍କୁ ସ୍ୱତଃ ଜଡିତ ହେବା ପାଇଁ ନିବେଦନ କରାଯାଇଛି l

Leave a Reply

Your email address will not be published. Required fields are marked *