ବ୍ଲକ ସ୍ତରୀୟ ତୃତୀୟ ଫିରିଙ୍ଗିଆ ଫୁଟବଲ ଲିଗ ଉଦଯାପିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ନୋଡାଲ ସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ତୃତୀୟ ବ୍ଲକ ସ୍ତରୀୟ ଫୁଟବଲ ଲିଗ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସୁଜିତ ଫୁଟବଲ କ୍ଲବ ଫିରିଙ୍ଗିଆ ଓ ମହାକାଳ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅମର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଂଚ ଜଳନ୍ଧର କହଁର , କ୍ରୀଡା ସଂଗଠନ ଶୁକଦେବ ମୁଖୀ, ଯୁବ ସ୍ୱେଚ୍ଛାସେବୀ ସଞ୍ଜୟ କୁମାର ଦିଗାଳ , ପୂର୍ବତନ ଫୁଟବଲ ଖେଳାଳି ଦିଗାମ୍ବର କହଁର, ଅଶ୍ୱିନୀ ମୁଖୀ, ରଞ୍ଜିତ କୁମାର ଦିଗାଳ, ସାଗର ସାହୁ, ସୁରଞ୍ଜନ ନାଏକ , ଜିତୁ ମୁଖୀ, ପ୍ରଦୀପ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ବ୍ଲକର ୮ ଟି ଫୁଟବଲ ଟିମ ଯୋଗ ଦେଇଥିବା ବେଳେ ଫାଇନାଲ୍‌ ମ୍ୟାଚ୍‌ ସୁଜିତ ଫୁଟବଲ କ୍ଲବ ଓ ଏନଟିଏସ କ୍ଲବ ମାଝିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଝିପଡାକୁ ୧-୦ ଗୋଲରେ ହରାଇ ସୁଜିତ ଫୁଟବଲ୍‌ କ୍ଳବ ଚମ୍ପିଆନ୍‌ ହୋଇଥିଲେ । ଉଭୟ ଦଳକୁ ଯୋଗ ଦେଇଥିବା ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟାରେ ଶୁଶାନ୍ତ କୁମାର ଜୁଣ୍ଡିଙ୍କ ସମେତ ତଣ୍ଡେଶ୍ୱର କହଁର , ଜଗନ ବିଶୋୟୀ, ନରେନ୍ଦ୍ର କହଁର ଓ ଅଜିତ କୁମାର ମଳିକ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ । ସୁଜିତ ଫୁଟବଲ କ୍ଲବର ସଦସ୍ୟ ରାଜେଶ କୁମାର ଦିଗାଲ , ପିଣ୍ଟୁ କହଁର , ବିଭୁତି କହଁର ,ମନୋଜ କହଁର ,ଯଶୋବନ୍ତ କହଁର , ମାନସ ମୁଖୀ, ସୁବନ କହଁରଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *