ଗଜପତି ( ଆୱାଜ ମମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କନଫେରନ୍ସ ହଲ ଠାରେ ଜିଲ୍ଲା ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ମଞ୍ଚାସିନ ଥିଲେ । ମୋଟ 58 ଗୋଟି ଅଭିଯୋଗ ଆସିଥିଲା ବେଳେ ସାମୁହିକ 4 ଗୋଟି ଓ ବ୍ୟକ୍ତିଗତ 54 ଗୋଟି ଆସିଥିଲା । ସେଥି ମଧ୍ୟରୁ 7 ଗୋଟିର ତୁରନ୍ତ ପଦକ୍ଷେପ ନିଆଯାଇ ସମାଧାନ କରା ଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକୁ ତୁରନ୍ତ ପଦକ୍ଷେପ ନେବା ସକାଶେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରେଡ଼କ୍ରସ ପକ୍ଷରୁ ସହାୟତା 6 ଜଣଙ୍କୁ 29000 ଟଙ୍କା ପ୍ରଦାନ କରା ଯାଇଥିବା ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ସ୍ତରୀୟ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି !!!

