ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପୌରପରିଷଦ ମୁଖ୍ୟ ଅଧିକାରୀଙ୍କ ଆଖିରେ ଅନ୍ଧପୁଟୁଳି , ଜାଣିଶୁଣି ବିରୋଧ କରୁଛନ୍ତି କି ସ୍ଥାନୀୟ ବିଧାୟକଙ୍କ ବିକାଶ ମୁଖୀ ନିର୍ଦ୍ଦେଶକୁ ?? ଏଭଳି ଏକ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏବଂ ଆଶ୍ଚର୍ଯ୍ୟ ହେବା ମଧ୍ୟ ସ୍ୱାଭାବିକ । ହଁ ଆମେ ନୟାଗଡ ମ୍ୟୁନିସିପାଲଟି ର କଥା । ସହର ର ବିକାଶ ପାଇଁ ଏନଏସି ହେଲା ମ୍ୟୁନିସିପାଲଟି । ବିକାଶ ନୁହେଁ ବିନାଶ ଆଡକୁ ମୁହାଁଇଛି ନୟାଗଡ ମ୍ୟୁନିସିପାଲଟି । ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି ମ୍ୟୁନିସିପାଲଟି କାର୍ଯ୍ୟାଳୟ । ଯାହା ମ୍ୟୁନିସିପାଲଟି ର ପ୍ରତ୍ୟେକ ଗୁମର କଥା କ୍ରମାଗତ ଭାବେ ପ୍ରକାଶିତ ହେବ । ସହରକୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ପୌର ପରିଷଦ ର ଦୁଇ ଦୁଇଟି ସମୀକ୍ଷା ବୈଠକରେ ସ୍ଥାନୀୟ ବିଧାୟକ କୁଆଡେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସହର ଉନ୍ନତି ର ନା ଗନ୍ଧ ଜଣା ପଡୁନାହିଁ ।ସାଧାରଣରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଏହି ଦୁର୍ନୀତିର ମୁଖ୍ୟ ସୂତ୍ରଧାର କୁଆଡେ କାଯ୍ୟନିର୍ବାହୀ ଅଧିକାରୀ ”ଏହି ଦୁର୍ନୀତି ର ସାରଥୀ କୌଣସି ନିର୍ବାଚିତ ପ୍ରତିନିଧି ନୁହେଁ ବରଂ କାଯ୍ୟନିର୍ବାହୀ ଅଧିକାରୀ ବୋଲି ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ କୈାଣସି ସମସ୍ୟା ସମ୍ପର୍କରେ ମୁଖ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ଆମେ ଯୋଗାଯୋଗ କରିଛୁ ଦୁଇ ଦିନ ମଧ୍ୟରେ ସମାଧାନ ହେବ କହି ସମୟ ଗଡେଇବାରେ ଓସ୍ତାଦ ସାଜିଛନ୍ତି । ଯାହାର କୁପରିଣତି ବିଧାୟକଙ୍କ ଆଡକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ପୁରୁଣା ସହର ସ୍ଥିତ ୦୯ ନମ୍ବର ୱାର୍ଡ ଦେଇ ଯାଇଛି ମଙ୍ଗଳା ସାହି ରାସ୍ତା । ମଙ୍ଗଳା ସାହି ଦେଇ ଯାଇଥିବା ରାସ୍ତା ଟି ୦୬ ନମ୍ବର ୱାର୍ଡ କୁ ସଂଯୁକ୍ତ କରୁଛି ଫଳରେ ଏହି ମଙ୍ଗଳା ସାହି ରାସ୍ତା ଦେଇ ଦୈନିକ ଶହଶହ ଜନସାଧାରଣ ଯାତାୟାତ କରିଥାନ୍ତି , ମାତ୍ର ଏହି ରାସ୍ତା ଟି ମାଟି, ଗୋଡି, ବାଲି କୁ ନେଇ ବହୁତ ଦିନ ହେଲା ଅବରୋଧ ହୋଇ ରହିଛି ଯାହାଫଳରେ ସବୁଦିନ ୯ ନମ୍ବର ଏବଂ ୬ ନମ୍ବର ଜନସାଧାରଣ ଯାତାୟାତ ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମୁଖୀନ ହେଉଛନ୍ତି । ଏହି ଅବରୋଧ ହଟାଇ ଜନସାଧାରଣଙ୍କ ଯାତ୍ରା କୁ ସୁଗମ କରିବା ପାଇଁ ପୌର ଅଧିକାରୀଙ୍କ ଦୃଷ୍ଟିକୁ ବାରମ୍ବାର ଅଣାଯାଇଛି ମାତ୍ର ଫଳ ଶୂନ l ପୌର ଅଧିକାରୀ ନିକଟରୁ ମିଳୁଛି କେବଳ ପ୍ରତିଶୃତି ଏବଂ ପ୍ରତାରଣା l ଏହା ସହରକୁ ବିକାଶ ନୁହେଁ ବରଂ ବିନାଶ ଆଡକୁ ନେଉଛି ବୋଲି ୯ ୱାର୍ଡ ଏବଂ ୬ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି l ଏହା ନୟାଗଡ ସହରକୁ ସ୍ଥାନୀୟ ବିଧାୟକଙ୍କ ସୁବର୍ଣ୍ଣ ସହରରେ ପରିଣତ କରିବା ଯୋଜନାକୁ ପ୍ରକାରାନ୍ତରେ ଲଗାମ ଦେଉନାହିଁତ l ଏପରିକି ଏହା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଆଖିରେ ଅନ୍ଧପୁଟୁଳି ବାନ୍ଧିବା ସଦୃଶ ହୋଇଛି ବୋଲି ସହରରେ ଚର୍ଚ୍ଚା ଦାନା ବାନ୍ଧିଛି । ତେବେ ଏହି ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ପୌର କର୍ତ୍ତୃପକ୍ଷ ଯତ୍ନବାନ ନହେଲେ ଦୁଇ ୱାର୍ଡ ବାସୀଙ୍କ ତରଫରୁ ଏକ ଆନ୍ଦୋଳନ ଆଗାମୀ ଦିନରେ ସଂଗଠିତ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏ କ୍ଷେତ୍ରରେ ସ୍ଥାନୀୟ ବିଧାୟକ ଏବଂ ଅଧକ୍ଷା ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ୱାର୍ଡ ବାସୀଙ୍କ ତରଫରୁ ନିବେଦନ କରାଯାଇଛି l
ନୟାଗଡ ପୌର ପରିଷଦର ଗୁମରକଥା – ଭାଗ ୧ // କ୍ରମଶଃ ….

