ଦୁଃଖଭରା କାହାଣୀ : ଅଭାବ ଓ ରୋଗ ଦାଉରେ ଜୀବନ ହେଉଛି କଲଵଲ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳଚେର ସଦର ଅଞ୍ଚଳ ବ୍ରାହ୍ମଣ ଶାସନ ସାହିର ୱାର୍ଡ ନମ୍ବର୍ ୨ ରେ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି ଶ୍ରୀମତୀ ମାଝୀ । ୫୦ ବର୍ଷ ବୟସ୍କା ଶ୍ରୀମତୀ ମାଝୀ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ହେବା ସହିତ ପୁଅ ହୋଇପଡିଛି ରୋଗ ଦାଉରେ ଅକର୍ମଣ୍ୟ । ସତେ ଯେପରି ବେଡ଼ି ଉପରେ କୋରଡ଼ା ମାଡ଼ । ରୋଗ ଦାଉରୁ ରକ୍ଷା ସହିତ ଅକର୍ମଣ୍ୟ ପୁଅର ଖାଇବା ଓ ଔଷଧ ଖର୍ଚ୍ଚ ପାଇଁ ଅର୍ଥ ସାଜିଛି ବାଧକ । ଏ ବିଷୟରେ ଖବର ପାଇ ଭାରତୀୟ ମାନବାଧିକାର ପରିଷଦର କାର୍ଯ୍ୟରତ ସଭାପତି ଦୁଃଖବନ୍ଧୁ ବିଶ୍ଵାଳ ଏବଂ ଅନୁଗୁଳ ଜିଲ୍ଲା ର ଜିଲ୍ଲା ସ୍ତରୀୟ ସଭ୍ୟ ଚନ୍ଦ୍ରକାନ୍ତ ନାଏକ ଜଣାଇଥିଲେ ତାଳଚେର BHRC ର ମେମ୍ବର ମନୋଜ ରାଉତଙ୍କୁ । ଖବର ପାଇ ମନୋଜ ରାଉତ ତୁରନ୍ତ ଶ୍ରୀମତୀ ମାଝୀଙ୍କ ପରିବାରଙ୍କୁ ସାକ୍ଷାତ କରିଥିଲେ । ଶ୍ରୀମତୀ ମାଝୀ ଆର୍ଥିକ ସାହାଯ୍ୟ ନିମନ୍ତେ ଭାରତୀୟ ମାନବାଧିକାର ପରିଷଦର କର୍ମଚାରୀଙ୍କ ଆଗରେ ଆକୁଳ ନିବେଦନ କରିଛନ୍ତି । ମାନବ ସେବା ହିଁ ମାଧବ ସେବା ଭାବି ଶ୍ରୀମତୀ ମାଝୀଙ୍କ ପରିବାରକୁ ସାହାଯ୍ୟ କରିବା ନିମନ୍ତେ ଇଛୁକ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି ସାମାଜିକ କର୍ମୀ । ଏଥି ସହିତ ପ୍ରଶାସନ ମଧ୍ୟ ସାହାଯ୍ୟର ହାତ ବଢ଼ାଇବା ନିମନ୍ତେ ଭାରତୀୟ ମାନବାଧିକାର ପରିଷଦ ତରଫରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *