ବାଲୁଗାଁ ସୋଲରୀ ଷ୍ଟେସନ ନିକଟସ୍ଥ ଟ୍ରାକ୍ ରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ସକାଳୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଓ ସୋଲରୀ ଷ୍ଟେସନ ମଧ୍ୟବର୍ତ୍ତୀ ଟ୍ରାକରେ ଏକ ଅଚିହ୍ନା ଶବ ପଡି ରହିଥିବାର ସୂଚନା ମିଳିଛି । ଶବଟି ଜଣେ ପୁରୁଷଙ୍କର ହୋଇଥିବା ବେଳେ ଆନୁମାନିକ ବୟସ ୬୦ ହେବ । ସେ ଏକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବାର ଜଣାପଡିଛି । ଖବର ପାଇ ବାଲୁଗାଁ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଖୋର୍ଦ୍ଧାରୋଡ଼ ଜିଆରପିକୁ ସୂଚନା ଦେଇଛି । ଜିଆରପି ପହଞ୍ଚିବା ପରେ ଶବ ଜବତ କରି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *