ଅମୃତ ମହୋତ୍ସବ ସମାରୋହ ସମିତି ଦ୍ୱାରା ବାଲୁଗାଁରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅମୃତ ମହୋତ୍ସବ ସମାରୋହ ସମିତି, ବାଲୁଗାଁ ଆନୁକୂଲ୍ୟରେ ଆଜି ଅପରାହ୍ନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ଦେଶପ୍ରେମରେ ବିଭୋର ବାଣପୁର , ବାଲୁଗାଁ ଓ ଚିଲିକା ବାସୀ ୭୫ ମିଟର ତ୍ରିରଙ୍ଗାକୁ ଧରି ରାସ୍ତାରେ ବର୍ଷାରେ ଭିଜି ଭିଜି ଶୋଭାଯାତ୍ରାରେ ସାମିଲ ହୋଇ ଭାରତ ମାତା କି ଜୟ ନାରା ଦେଇ ପଦଯାତ୍ରାରେ ଯାଇଥିଲେ ।

୭୫ ମିଟର ତ୍ରିରଙ୍ଗାକୁ ଧରି ମାମୁଁ ଭଣଜା ପାଦ ଦେଶରୁ ଶୋଭାଯାତ୍ରା ଆରମ୍ଭ କରି ବାଲୁଗାଁ ନଗର ପରିକ୍ରମା କରି ରେଳ ଓଭର ବ୍ରିଜ ଉପରେ ପହଞ୍ଚି , ଭାରତ ମାତାଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଶୋଭାଯାତ୍ରା ସମାପ୍ତ କରିଥିଲେ । ଦେଶପ୍ରେମ ସଂଗୀତ ସାଙ୍ଗକୁ ୭୫ ମିଟରର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ l ଅମୃତ ମହୋତ୍ସବ ସମାରୋହ ସମିତି, ବାଲୁଗାଁ ଆନୁକୂଲ୍ୟରେ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାଲୁଗାଁ ସହରରେ ।

 

Leave a Reply

Your email address will not be published. Required fields are marked *