ବାଲ୍ୟ ବିବାହ ରୋକ ଓ ନିଶା ମୁକ୍ତ ସମାଜ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମରେ ବାଲ୍ୟ ବିବାହ ରୋକିବା ଏବଂ ନିଶା ମୁକ୍ତ ସମାଜ ଗଠନ କରିବା ସକାଶେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରାମର ୱାର୍ଡ ସଭ୍ୟ ସରୋଜ ଜେନା, ଅଙ୍ଗନବାଡି କର୍ମୀ ସଞ୍ଜୁ ବରାଡ଼, ଅନିତା ପଣ୍ଡାଙ୍କ ସମେତ ଆଶା କର୍ମୀ ଅଙ୍ଗନବାଡି ହେଲପର ପ୍ରମୁଖଙ୍କ ସହ ଗ୍ରାମରେ ସଚେତନତା କରିବା ସହ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେପରି ଗ୍ରାମରେ ବାଲ୍ୟ ବିବାହ ବନ୍ଦ ଓ ନିଶା ମୁକ୍ତ ହୋଇ ପାଇବ ତା ଉପରେ ଲୋକଙ୍କୁ ଜନ ସଚେତନତା କରାଇଥିଲେ । ଗ୍ରାମରେ ଯେପରି ନିଶା ନିବାରଣ ହେବ ବାଲ୍ୟ ବିବାହ ନ ହେବ ସେଥିପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।

Leave a Reply

Your email address will not be published. Required fields are marked *