ପାଟକୁରା ବିଜେଡି ପକ୍ଷରୁ “ଆମେ କୃତଜ୍ଞ” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସଂକଳ୍ପ ବଦ୍ଧ । ପାଟକୁରା ଗରଦପୁର ବ୍ଲକ ର ୧୮ ଗୋଟି ପଞ୍ଚାୟତ ର ୧୩୫ ଗ୍ରାମ କୁ ୧୩୦ କୋଟି ୭୬ଲକ୍ଷ ଟଙ୍କା ର ପାନୀୟ ଜଳ ପ୍ରକଳ୍ପ ମଧୁଶାସନ ର ଚାଟରା ଠାରେ ନିର୍ମାଣ ହେବ। ଏହା ଦ୍ବାରା ୧୩୫ ଗ୍ରାମ ର ୧୧,୧୧୪ ଜଣ ଲୋକ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ । ଏହା ୨୪ ମାସ ମଧ୍ୟରେ ସମାପ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଗତକାଲି ସନ୍ଧ୍ୟା ରେ ଗରଦପୁର ବ୍ଲକ କଳାବୁଦା ପଞ୍ଚାୟତ ର ଲକ୍ଷ୍ମୀମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବହୁ ସରପଞ୍ଚ , ସମିତି ସଭ୍ୟ ଙ୍କ ସମେତ ବହୁ ନେତା ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଞ୍ଜୟ ଅଗ୍ରୱାଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଗରଦପୁର ବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ l

Leave a Reply

Your email address will not be published. Required fields are marked *