କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଶାରଦା ଆଶ୍ରମରେ ୭୬ ତମ ସ୍ବାଧିନତା ଦିବସ ପାଳିତ । ବୋଲଗଡ ବ୍କକ ଅନ୍ତର୍ଗତ ଖାରଡାପଲ୍ଲୀ ସ୍ଥିତ ମା ଶାରଦା ଆଶ୍ରମ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଗ୍ରାମ୍ୟ ଭ୍ରମଣ କରି ପ୍ରଭାତଫେରି କରିଥିଲେ । କାର୍ଯ୍ୟକ୍ରମରେ ସାମାଜିକ କର୍ମି ସୁବ୍ରତ କୁମାର ନାୟକ ଯୋଗଦେଇ ପତାକା ଉତ୍ତୋଳନ କରି ମାଆ ମାନଙ୍କୁ ବହୁ ସଂଖ୍ୟାରେ ଆଶ୍ରମ ସହିତ ଯୋଡିହେବା ସହିତ ପ୍ରତିଟି ପରିବାର ରେ କିପରି ଆଧ୍ୟାତ୍ମିକ ଭାବଧାରା ପରିପ୍ରକାଶ କରିବ ସେଥିପ୍ରତି ସଭିଏଁ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ । ଜୟନ୍ତି ନାୟକ, କଳ୍ପନା ନାୟକ, ଗୀତାଞ୍ଜଳୀ ନାୟକ, ମିନତୀ ନାୟକ, ଜମ୍ବେଶ୍ବର ମହାରଣା ,ଜମୁନା ଦେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଶାରଦା ଆଶ୍ରମରେ ୭୬ ତମ ସ୍ବାଧିନତା ଦିବସ ପାଳିତ !!!

