ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମଗ୍ର ସଂଗଠିତ ହିନ୍ଦୁ ସମର୍ଥ ଭାରତ , ଏକ ରାଷ୍ଟ୍ର ଏକ ଧର୍ମ ଏକ ସଂସ୍କୃତି , ଏକ ସୂତ୍ରରେ ସମଗ୍ର ହିନ୍ଦୁ ସମାଜକୁ ବାନ୍ଧି ରଖିବାର ପ୍ରୟାସ ହୋଇଛି କଟକ ଜିଲ୍ଲା ବାଙ୍କୀ ଟାଉନ ହଲ ଠାରେ | ବିଶାଳ ଯଜ୍ଞ ଓ ହନୁମାନ ଚାଳିଶା , ଧର୍ମ ସଭାର ଆୟୋଜନ ହୋଇଛି ! ଏଥିରେ ସମସ୍ତ ସନାତନ ପ୍ରେମୀ ଓ ବାଙ୍କୀ ଅଂଚଳର ୧୮ଟି ସଂକୀର୍ତ୍ତନ ଦଳ ବାଙ୍କୀ ର ଆରାଧ୍ୟ ଦେବୀ ମା ଚର୍ଚ୍ଚିକା ଠାକୁରାଣୀ ପିଠରୁ ଆଜ୍ଞାମାଳ ଆଣି ସମଗ୍ର ବାଙ୍କୀ ବଜାର ପରିକ୍ରମା କରି ବାଙ୍କୀ ଟାଉନ ହଲ ନିକଟରେ ପହଞ୍ଚିଥିଲା | ସକାଳ ୭ଟାରୁ ହନୁମାନ ଚାଳିଶା ପାଠ କରଯାଇଥିଲା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ ଓ ଯୋଗ ପ୍ରଦର୍ଶନ କରଯାଇଥିଲା | ଦିବା ୧୧ଟା ରେ ତାପସ କୁମାର ଦାସ ଙ୍କ ଦ୍ଵାରା ଅତିଥି ପରିଚୟ କରାଯାଇ ବିଶାଳ ହିନ୍ଦୁ ସମ୍ମିଳନିର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ବିଭିନ୍ନ ପଦାଧିକରୀଙ୍କ ଦ୍ଵାରା ମାର୍ଗ ଦର୍ଶନ କରା ଯାଇଥିଲା | ଆଜିର ଏହି ସମ୍ମିଳନୀ ରେ ସଂଯୋଜକ ଶ୍ରୀଯୁକ୍ତ କାହୁଁ ଚରଣ ସାହୁ, ସମ୍ମାନିତ ଅତିଥି ପୁରୀ ବିଭାଗ ସଂଘ ଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ରଗଡି ଗୋଶାଳାର ପ୍ରତିଷ୍ଠାତା ଅଜୟ କୁମାର ସ୍ୱାଇଁ, ସାମାଜିକ କର୍ମି ପଦ୍ମ ଲୋଚନ ଦେବତା, ଶିକ୍ଷକ ରମାକାନ୍ତ ଭଞ୍ଜ, ଖୋର୍ଦ୍ଧା ଶିଶୁ ମନ୍ଦିରର ଶିକ୍ଷକ ଗୟାଧର ନାୟକ ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଥିଲେ, ମୁଖ୍ୟ ଅତିଥି ବାବା ଶ୍ରୀ ଚୈତନ୍ୟ ମହାରାଜ ସନାତନି ହିନ୍ଦୁତ୍ବ କଥା କହିଥିଲେ, ସର୍ବ ଶେଷରେ ମୂଖ୍ୟ ବକ୍ତା ପୁରୀ ବିଭାଗ ପ୍ରଚାରକ ଶ୍ରୀମାନ ଚନ୍ଦ୍ରଶେଖର ମହାପାତ୍ର ବିଶ୍ୱରେ ଆଜି ହିନ୍ଦୁର ସମସ୍ୟା ଓ ତାର ନିରାକରଣ କିଭଳି ହୋଇପାରିବ, ହିନ୍ଦୁ ସମାଜକୁ ମୁକ୍ତ ଓ ଶୃଙ୍ଖଳିତ ପଥରେ ଅଣା ଯାଇ ପାରିବ ସେଇ ବିଷୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ କରିଥିଲେ | ସର୍ବ ଶେଷରେ ପ୍ରସନ୍ନ କୁମାର ନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ |
ମହା ସମାରୋହରେ ବାଙ୍କୀରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ !!!

