ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣିମାରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମାଘ ମାସ ସାରା ଭକ୍ତମାନେ ଭୋରରୁ ସ୍ନାନ ସାରି ଠାକୁରଙ୍କ ଦର୍ଶନ କରିବା ପାଇଁ ଆସୁଥିଲେ । ଆଜି ମାଘ ମାସର ଶେଷ ଦିନ ତଥା ମାଘ ପୂର୍ଣ୍ଣିମା ହୋଇ ଥିବାରୁ ଭୋରରୁ ଭକ୍ତମାନେ ସ୍ନାନ ସାରି ନଡ଼ିଆ କଦଳୀ ଫୁଲ ଫଳ ଦୀପ ଧୂପ ସାଙ୍ଗରେ ଧରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଠାକୁରଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିଲେ ! ଠାକୁର ଗଜ ଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି , ଏହି ଦିନ ଠାକୁରଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ ଓ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ମନ୍ଦିରରେ ଗଜେନ୍ଦ୍ର ମୋକ୍ଷଣ ସ୍ତୋତ୍ର ପାଠ କରାଯାଉଛି । ହରି ନାମ ସଂକୀର୍ତ୍ତନରେ ମନ୍ଦିର ପରିସର ପ୍ରକମ୍ପିତ ହେଉଛି ।
ମାଘ ପୂର୍ଣ୍ଣିମାରେ ଗଜ ଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ଶ୍ରୀ ଜଗନ୍ନାଥ !!!

