ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ନୂଆଗଡ଼ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ସଚିବ ରବି ନାରାୟଣ ବେହେରା ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ବୁଝାଇଥିଲେ ଏବଂ ବିଭିନ୍ନ ସରକାରୀ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରାଇଥିଲେ . ମାଗଣା ଆଇନ ସେବା ଜିଲ୍ଲାର କୋଣ ଅନୁକୋଣରେ କିପରି ପହଞ୍ଚି ପାରିବ ସେ ବିଷୟରେ ଉପସ୍ଥିତ ଜନ ସାଧାରଣ ଙ୍କୁ ସଚେତନ କରାଇଥିଲେ ।ଅନ୍ୟତମ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୂଆଗଡ଼ ବ୍ଳକ ଲବାନେନ୍ଦୁ ମହାନ୍ତି, ସରକାରୀ ଯନ୍ତ୍ରୀ ନୂଆଗଡ଼ ପ୍ରଦୁମ୍ନ କୁମାର ଦାସ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗ୍ରାମ ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ମିଶ୍ର, ଯୋଗାଣ ନିରୀକ୍ଷକ ଜୀବନ ଜ୍ୟୋତି ପାଣିଗ୍ରାହୀ ପ୍ରମୂଖ ଅଧିକାରୀ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା , ଯଥା – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସୁବିଧା, ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପ୍ୟାସେଜ ଯୋଜନାରେ ମିଳିବ ସହାୟତା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଓ ଯୋଗଯତ୍ନ ପ୍ରଦାନକାରୀ ବ୍ୟକ୍ତି ଙ୍କୁ ଅନ୍ୟାନ୍ୟ ସରକାରୀ ଯୋଜନାରେ ପ୍ରାଥମିକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର !!!

