କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲା କଣାସରୁ ଆସିଲା ବିକଳ ଚିତ୍ର । ବନ୍ୟା ବିଭୀଷିକା ରେ ପୁଅକୁ କୁକୁର କାମୁଡା ଇଞ୍ଜେକସନ ଦେବା ପାଇଁ ମା ‘ର ଜଳ ସଙ୍ଘର୍ଷ । ପୁଅର ଜୀବନ ବଞ୍ଚାଇବା ପାଇଁ ମା ‘ର ସଙ୍ଘର୍ଷ ଦୃଶ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କଣାସ ପାଣ୍ଡିଆକେରା ପଞ୍ଚାୟତ ର ଘରଛିଆ ଗ୍ରାମର 7 ବର୍ଷ ର ପୁଅକୁ କୁକୁର କାମୁଡିବା ପରେ ଟୀକା ନେବା ପାଇଁ ୨ ଦିନ ବନ୍ୟା ଜଳ ର ପ୍ରଖର ସ୍ରୋତରେ ଲହୁଲୁହାଣ ହେଲା ମା । ପିଠିରେ ଏକ ହଣ୍ଡା ପକେଇ ବିପଦପୂର୍ଣ୍ଣ ବନ୍ୟା ଜଳ କୁ ଖାତିର ନକରି କଣାସ ମେଡିକାଲ ରେ ପହଞ୍ଚିଲେ । କୁକୁର କାମୁଡା ଇଞ୍ଜେକସନ ଦେବା ପାଇଁ ବନ୍ୟା ଜଳ ଯନ୍ତ୍ରଣାରେ ୨ ଦିନ ଦୌଡ଼ାଇଲେ କଣାସ ମେଡ଼ିକାଲର ଡାକ୍ତର । ଆଜି ପୁନର୍ବାର ଆସି ମେଡିକାଲ ଡାକ୍ତରଙ୍କ ପରାମର୍ଶ ନେବା ପରେ , ଡାକ୍ତର କହିଲେ ଏଥିରେ ତାଙ୍କର ନଲେଜ ନାହିଁ – ଏଇଟା ପେଡିୟଟ୍ରିକ ଡୋଜ , ଏଥିପାଇଁ ସେ ପ୍ରଶିକ୍ଷଣ ନେଇ ନାହାନ୍ତି . ଏ ବାବଦରେ ତାଙ୍କର ଅଭିଜ୍ଞତା ନାହିଁ ବୋଲି କହି ପୁଅର ଅଭିଭାବକ ଙ୍କୁ ସିଧା ସିଧା ମନା କରିଦେଲେ । ଏଠି ପ୍ରଶ୍ନ ଉଠୁଛି ଡାକ୍ତରଙ୍କ ସିଟ କୁ ଅପବ୍ୟବହାର କରାଯାଉନି ତ । ଅନେକ ସମୟରେ ରୋଗୀଙ୍କୁ ଚିକିତ୍ସା କରିବାରେ ଡାକ୍ତରଙ୍କ ଅବହେଳା ହେଉଥିବାର ପୁଳା ପୁଳା ଅଭିଯୋଗ ସାମ୍ନାକୁ ଆସିଛି । ଆଉ ମଧ୍ୟ ସରକାରୀ ମେଡ଼ିସିନ କୁ ରୋଗୀଙ୍କୁ ନଦେଇ ଏକ୍ସପାୟର କରି ମେଡ଼ିକାଲ ର ପରିସର ମଧ୍ୟରେ ଥିବା ଅଳିଆଗଦାରେ ପୋଡ଼ି ଦେବାର ଦୃଶ୍ୟ ପ୍ରମାଣ ରହିଛି । ଏବେ ସୁଦ୍ଧା ଡାକ୍ତରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । କୁକୁର କାମୁଡିଥିବା ପିଲାଟି ଇଞ୍ଜେକସନ ନେଇ ଘରକୁ ଫେରିଛି ।
ବନ୍ୟା ବିଭୀଷିକା ରେ ପୁଅକୁ କୁକୁର କାମୁଡା ଇଞ୍ଜେକସନ ଦେବା ପାଇଁ ପରିବାର ଲୋକଙ୍କ ଜଳ ସଙ୍ଘର୍ଷ !!!

