ବାଲିଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଅଭିଯୋଗ ଶୁଣାଣୀ କରିଛନ୍ତି । ଏଥିରେ କନ୍ଧମାଳ ଏସପି ବିନିତ ଅଗ୍ରଓାଲ, ଏସଡିପିଓ ଜିଆର ରାଘେବେନ୍ଦ୍ର, ଉପ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ, ପିଏ ଆଇଟିଡିଏ ବାଲିଗୁଡା ମଧୁସୁଦନ ବେହେରା, ପିଡି ଡିଆରଡିଏ ବିଶ୍ୱରଂଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜିତ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ୬୧ ଟି ଅଭିଯୋଗ ହୋଇଥିବା ବେଳେ ସାମୁହିକ ଭାବେ ଦୁଇଟି ଅଭିଯୋଗ ହୋଇଛି । ଅଧିକାଂଶ ଅଭିଯୋଗ ଆସିଥିଲା ଯେ ଗତ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ନେଇ ଅଭିଯୋଗ ପରେ ସ୍ଥାନୀୟ ବିଡିଓ ଶଶାଙ୍କ ଶେଖର ପାତ୍ର ଘର ଭାଙ୍ଗିଥିବା ଲୋକଙ୍କୁ ଜରିପାଲ ଦେଇଥିଲେ । ବାରଖମାର ମାତୃଭବନ ଉତ୍ପାଦିକା ଗୋଷ୍ଠିର ଅର୍ଥ ଅନିମିୟତା ନେଇ ବି ଗୋଷ୍ଠିଗତ ଭାବେ ଅଭିଯୋଗ କରିଥିଲେ ମହିଳା ମାନେ । ଉକ୍ତ ଶୁଣାଣୀ ଉପଖଣ୍ଡ ତଥା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତ ମୋହନ ସାଗର ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *