ପ୍ରଶାସନ ପକ୍ଷରୁ ଅଟ୍ରି ଉଷ୍ଣ ପ୍ରତ୍ସବଣ ରାସ୍ତାରେ ଗମନାଗମନ ବନ୍ଦ କରାଗଲା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଲଘୁଚାପ ଜନିତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳ ସ୍ତର ବୃଦ୍ଧି ପାଉଥିବାରୁ ୪୦ ଗୋଟି ଗେଟ ଖୋଲା ଯିବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇ ତଳ ମୁଣ୍ଡରେ ରହିଥିବା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଘମାରି ସ୍ଥିତ ପ୍ରସିଦ୍ଧ ଉଷ୍ଣ ପ୍ରତ୍ସବଣ ଭିତରେ ପ୍ରଥମ ବନ୍ୟା ଜଳ ପଶି ଥିବାରୁ ବିଭିନ୍ନ ଦୂର ଦୁରାନ୍ତରରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଭିତରେ ପ୍ରବେଶ କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏପରିକି ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବାଘମାରି – ସାରୁଅ ରାସ୍ତାରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବା ରୁ ଯାତାୟତ କରୁଥିବା ଯାନବାହନକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *