ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିକାଶ ର ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ମ୍ୟୁନିସିପାଲଟି ରେ । ସରକାରୀ ବିଦ୍ୟାଳୟ ର ବିକାଶ ଓ ସୈାନ୍ଦର୍ଯ୍ୟ କରଣ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ନୟାଗଡ଼ ସହରକୁ ସୁନ୍ଦର ଆଧୁନିକ ସହରରେ ଗଢି ତୋଳିବା କୁ ବିଧାୟକ ଡ ଅରୁଣ କୁମାର ସାହୁ ଦିନ ରାତି ଏକ କରି ଲାଗି ପଡିଛନ୍ତି। କିନ୍ତୁ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଅଧିକାରୀ ମାନେ ଜାଣିଶୁଣି ବିପରୀତ କାର୍ଯ୍ୟ କରୁଥିବା ସାଧାରଣରେ ଆଲୋଚନା ହେଉଛି । ପରିବେଶ କୁ ସୁରକ୍ଷିତ ଏବଂ ବରପୁତ୍ର ମାନଙ୍କ ସମ୍ପର୍କରେ ଜାଣିବା ପାଇଁ ବିଦ୍ୟାଳୟ ପାଚେରୀ ରେ ଅଙ୍କା ଯାଉଛି ଚିତ୍ର । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବା ଆସିବା ପାଇଁ ନିର୍ମାଣ ହେଉଛି ପକ୍କା ରାସ୍ତା । ନୟାଗଡ଼ ମ୍ୟୁନିସିପାଲଟି ଅଧିକାରୀ ମାନେ ବିକାଶ ର ନାରା ଦେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ବିଦ୍ୟାଳୟ କୁ ସୁନ୍ଦର କରିବା ପରିବର୍ତ୍ତେ ମ୍ୟୁନିସିପାଲଟି ପକ୍ଷରୁ ବିଦ୍ୟାଳୟ ଚାରିପାଖେ ପାଚେରୀ କୁ ଲାଗି ଜାଗା ମିଶନ ନାମରେ ସୈାନ୍ଦର୍ଯ୍ୟ ଏବଂ ପରିବେଶକୁ ନଷ୍ଟ କରାଯାଉଛି । ମ୍ୟୁନିସିପାଲିଟିର ଖଣ୍ଡପଡ଼ା ରୋଡ଼ ଓ୍ବାର୍ଡ ନମ୍ବର ୪ ରେ ଅଛି ସରକାରୀ ମାଧ୍ୟମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଏ । ଛାତ୍ରଛାତ୍ରୀ ମାନେ ମୁଖ୍ୟ ରାସ୍ତାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ୩୦ ମିଟର ଯିବା ପାଇଁ ପକ୍କା ରାସ୍ତା ଟିଏ ମଧ୍ୟ ନାହିଁ ଫଳରେ ଛାତ୍ରଛାତ୍ରୀ ମାନେ ଯିବା ଆସିବାରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ବିଦ୍ୟାଳୟ କୁ ଆକର୍ଷଣୀୟ କରିବାକୁ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ଜାଗା ମିଶନ ମାଧ୍ୟମରେ ବସ୍ତି ବାସିନ୍ଦା ଙ୍କୁ ମ୍ୟୁନିସିପାଲଟି ପକ୍ଷରୁ ବିଦ୍ୟାଳୟ ର ପାଚେରୀ କୁ ସମୁଖରେ ଜାଗା ଦିଆଯାଇଛି । ବିଦ୍ୟାଳୟ ପାଚେରୀ କୁ ଲାଗି ଲୋକମାନେ ଘର କରିବା ହେତୁ ବିଦ୍ୟାଳୟ ର ସୈାନ୍ଦର୍ଯ୍ୟ ନଷ୍ଟ ହେଉଛି । ବିଦ୍ୟାଳୟ କୁ ଯିବା ପାଇଁ ପକ୍କା ରାସ୍ତା ଟିଏ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ବିଦ୍ୟାଳୟ କୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଇଛି । ନୟାଗଡ଼ ମ୍ୟୁନିସିପାଲଟି ର ବିକାଶ ର ବାସ୍ତବ ଚିତ୍ର ….… କ୍ରମଶଃ
ନୟାଗଡ଼ ମ୍ୟୁନିସିପାଲଟି ର ଗୁମର // ଭାଗ – ୨ !!!

