ବିପଦପୂର୍ଣ୍ଣ ମୁକୁଳା ଟ୍ରାନ୍ସଫର୍ମର : ତାରବାଡ଼ ଘେରାଉ ପାଇଁ ଦାବି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ମୁଖ୍ୟ ରାସ୍ତା କଡରେ ବିପଦପୂର୍ଣ୍ଣ ଭାବେ ମୁକୁଳା ହୋଇ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର , ଏଥିପ୍ରତି କାହାର ନିଘା ନାହିଁ । ବିଦ୍ୟୁତ୍ ତାର ଗୁଡିକ ତଳକୁ ଝୁଲି ରହିଛି । ବିଦ୍ୟୁତ ବିଭାଗ ଆଖିରେ ପଟି ବାନ୍ଧିଥିବା ପରି ମନେ ହୁଏ । ରାଇକିଆ ପଞ୍ଚାୟତ ୨ ନଂ ୱାର୍ଡର ସ୍ଥାନୀୟ ସିଙ୍ଗିଗଡ଼ ଜନଗହଳି ପୂର୍ଣ୍ଣ ରାସ୍ତା ପାର୍ଶ୍ଵରେ ରହିଛି ଏହି ଟ୍ରାନ୍ସଫର୍ମର । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ସେଣ୍ଟ୍ କ୍ୟାଥରିନ୍ ବାଳିକା ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ , କଲେଜ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଏସବିଆଇ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ସହ ବହୁ ସଂଖ୍ୟକ ଗାଡ଼ି ମଟର ଚଳାଚଳ ହେଉଛି । ପାଚେରୀ କଡ଼ ଟ୍ରାନ୍ସଫର୍ମର କୁ ଲାଗି ଠେଲା ଗାଡ଼ିରେ ଲୋକେ ଜଳଖିଆ ଦୋକାନ କରିଛନ୍ତି । ସେଠାରେ ବିପଦପୂର୍ଣ୍ଣ ଭାବେ ଠିଆ ହୋଇ ଜଳଖିଆ ଖାଉଛନ୍ତି ଏବଂ ହାତ ଧୂଆ ପାଣି ଜମିକରି ରହୁଛି ଏବଂ ଲଗାଣ ବର୍ଷା ଜାରି ରହିଛି । ତେଣୁ ସେଠାରେ କୈାଣସି ଅଘଟଣ ଘଟିବା ପୂର୍ବରୁ ଟ୍ରାନ୍ସଫର୍ମର ଚାରିପଟେ ତାରବାଡ଼ ଘେରାଉ କରିବା ପାଇଁ ବିଦ୍ୟୁତ ବିଭାଗ ଏବଂ ପ୍ରଶାସନ ତତ୍ପର ହେବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *