କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଣାସ ଅଞ୍ଚଳରେ ତାଣ୍ଡବ ରଚିଛି ଦୟା, ମକରା, ରାଜୁଆ ନଦୀ ର ବନ୍ୟା ଜଳ । ଦୁସ୍ଥ ଅଵସ୍ଥା ରେ ଏବେ କଣାସ ଅଞ୍ଚଳ ର ଲୋକେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ କୁ ତ୍ୱରାନ୍ୱିତ କରିବା ସହିତ , ପ୍ରଭାବିତ ଗାଈଗୋରୁ ମାନଙ୍କୁ ଆବଶ୍ୟକ ଖାଦ୍ୟ ଓ ପଶୁ ଚିକିତ୍ସା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ । କିନ୍ତୁ ଏଠି ଦୃଶ୍ୟ ଦେଖି ଅନୁମାନ କରି ହେଉଛି ସତେ ଯେପରି ସ୍ଥାଣୁ ହୋଇ ପଡିଛନ୍ତି କଣାସ ର ସ୍ଥାନୀୟ ପ୍ରଶାସନିକ ଅଧିକାରୀ । 6 ଦିନ ଧରି ଜଳବନ୍ଦୀ ଭିତରେ ରହିବା ପରେ ବି ପ୍ରଶାସନ ପହଞ୍ଚିନି ବୋଲି ଅଭିଯୋଗ ଆଣିଛନ୍ତି ବନ୍ୟା ବିପନ୍ନ । କଣାସ ବ୍ଲକ ର ଚୁପୁରିଙ୍ଗି ପାହିଲୁଣ୍ଡି ଠାରେ ସୃଷ୍ଟି ହୋଇଥିବା ଘାଇ ରେ କଣାସ ବ୍ଲକ ର ପାଖା ପାଖି 6 / 7 ଟି ପଞ୍ଚାୟତ ର 20 ରୁ 25 ଗ୍ରାମ ଏବେ ଚିଲିକା ହ୍ରଦ ସହ ସମାନ ହୋଇଛି । ଅଧିକ କ୍ଷତିଗ୍ରସ୍ତ ହୋଇଛି କଣାସ ର ସାହୁପଡା, ଅଡ଼ାଲ,ଦୋଛିଆଁ, ବକୁ, କାଦୁଆ, ଚୁପୁରିଙ୍ଗି, ଗଡ଼ ବଳଭଦ୍ରପୁର ଆଦି ପଞ୍ଚାୟତ । ବନ୍ୟା ଦୁର୍ଦ୍ଦଶା ଭିତରେ ସନ୍ତୁଳି ହେଉଛନ୍ତି ହଜାର ହଜାର ପରିବାର । ହେଲେ ଏହି ଦୁର୍ଦ୍ଦଶା ଭିତରେ ଦେବଦୂତ ସାଜିଛି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ନିଜ ପକେଟ ରୁ ଟଙ୍କା ଖର୍ଚ୍ଚ କରି ବନ୍ୟାର ଦୁର୍ଦ୍ଦିନରେ 6 ଦିନ ହେବ ଭୋକ ଉପାସ ରେ ରହି ଦିନ କାଟୁଥିବା ଲୋକଙ୍କ ମୁହଁ ରେ ଦାନା ମୁଠାଏ ଦେଇ ମହାନତା ଦେଖାଇଛନ୍ତି କଣାସ ବ୍ଲକ ଡ୍ରାଇଭର ମହାସଙ୍ଗ ର ସଦସ୍ୟା ମାନେ । ଯାହା ଏକତାର ପ୍ରତୀକ ଓଡ଼ିଶାର ଡ୍ରାଇଭର ମହାସଙ୍ଗ ବୋଲି ଏ ଘଟଣା ପ୍ରମାଣ କରୁଛି । କଣାସ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଙ୍ଗ ର ମିଳିତ ସହଯୋଗରେ , ପାହିଲୁଣ୍ଡି ଘାଇର ନିକଟବର୍ତ୍ତୀ ଅଞ୍ଚଳ ସାହୁପଡା ପଞ୍ଚାୟତ ର ବନ୍ଧମୁଣ୍ଡା, ସିରିପୁରୁ ଆଦି ଗ୍ରାମ ଗୁଡିକୁ ଡ଼ଙ୍ଗା ସାହାଯ୍ୟ ରେ ଯାଇ ରନ୍ଧା ଖାଦ୍ୟ, ପିଇବା ପାଣି ଦେବା ସହ ବନ୍ୟା ବିପନ୍ନ ମାନଙ୍କୁ ଆଶ୍ୱସନା ଦେଇଛନ୍ତି ଡ୍ରାଇଭର ଭାଇମାନେ । ଏକାଗ୍ରତା ହିଁ ସଫଳତା ର ଚାବିକାଠି , ଆଗକୁ ଏହିପରି ଏକାଗ୍ରତା ସହ ସେବା ଜାରି ରହିବ ବୋଲି କହିଛନ୍ତି ଡ୍ରାଇଭର ମହାସଙ୍ଗ ର ସଦସ୍ୟ ମାନେ ।