ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ପିଙ୍ଗଳ କୋର୍ଡ ର ଦଫା ୪୨୦ , ଏହାର ଆଇନଗତ ଦିଗ ଓ ତର୍ଜମା ଉପରେ ସାଧାରଣ ଲୋକଙ୍କୁ ବେଶୀ କିଛି ଜଣା ନଥିଲେ ସୁଦ୍ଧା – ଗାଁ ଗହଳିରେ କିଏ କାହାକୁ ଟଙ୍କା ଶହେଟା ଠକି ଦେଲେ ତାକୁ ଲୋକେ ୪୨୦ ବୋଲି କହନ୍ତି . ଆଉ ଆମ ରାଜ୍ୟରେ ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଏହି ଦଫା ବେଶ ଚର୍ଚ୍ଚା କୁ ଆସିଲା , ଯେତେବେଳେ ଘରୋଇ ଟିଭି ଚ୍ୟାନେଲ ” ବଡ଼ ଖବର ” ର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଏହି ସମାନ ଦଫାରେ ଗିରଫ ହେଲେ . ଏପରିକି ଅର୍ଥନୈତିକ ଅପରାଧ ଶାଖା ରେ ମାମଲା ରୁଜୁ ସହ ତାଙ୍କୁ ନୟାଗଡ ଜିଲ୍ଲା ଓଡଗାଁ ରୁ ଗିରଫ କରାଗଲା . ହେଲେ ସମାନ ଦଫା ଥାଇ ପୁଣି ଗୋଟିଏ ନୂହେଁ , ଦୁଇ ଦୁଇଟା ମାମଲାରେ କମିଶନରେଟ ପୁଲିସ ର ନିଷ୍କ୍ରିୟତା ନେଇ ଉଠିଛି ପ୍ରଶ୍ନବାଚୀ ! ସୂଚନା ଅନୁସାରେ ଭୁବନେଶ୍ୱର ଡିସିପି ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପୁଲିସ ବାବୁଙ୍କ ସ୍ତ୍ରୀ ନାମରେ ଡବଲ ୪୨୦ ମାମଲା , ହେଲେ ହାତବାନ୍ଧି ବସିଛି କମିଶନରେଟ ପୁଲିସ . କାହିଁକି ?? ଏହାର ଉତ୍ତର କେବଳ ସେଇ ବିଭାଗର କମିଶନର ଦେବେ , ଯାହାର ସ୍ଲୋଗାନ ହେଉଛି We Care – We Dare କ୍ରମଶଃ …..