ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ବେଗୁନିଆ ଓ ଖୋର୍ଦ୍ଧା ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପାଇଁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ତରଫ ରୁ ରାଜ୍ୟ କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ, ଯୁଗ୍ମ ସଂପାଦକ ଅଶ୍ବିନୀ ମୁଦୁଲି, ସଂଯୋଜକ ବିଶ୍ବବିଜୟୀ ଦାଶ, ସହ ସଂଯୋଜକ ସୁଶୀଲ କୁମାର ସାହୁ ଏବଂ ଆଇଟି ସେଲ ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଏବଂ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ସାକ୍ଷାତ କରି ଆଲୋଚ଼ନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏହାକୁ ଗୁରୁତ୍ବ ଦେଇ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ମହୋଦୟ ଙ୍କ ସହ ଆଲୋଚ଼ନା କରିବେ ବୋଲି ଦୃଢ଼ ପ୍ରତିଶୃତି ଦେଇଛନ୍ତି । ଦିବ୍ୟାଙ୍ଗ ମାନେ ସାଧାରଣ ବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରୁଛନ୍ତି, ତାଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେଲେ ସେମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରି ସମାଜ ର ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *