ନାଲକୋରେ ଠିକା ଶ୍ରମିକ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଗଣଧାରଣା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ନାଲକୋ ର ରେଳପଥ ଉପରେ ପିଙ୍ଗୁଆ ଗ୍ରାମର ଦୁଇଟି ପରିବାର ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଯାହା ଫଳରେ ନାଲକୋ ର ଟ୍ରେନ ଟି ଦୀର୍ଘ ସମୟ ଧରି ଅଟକ ରହିଛି । ତାଙ୍କର ମୁଖ୍ୟ ଦାବି ହେଉଛି ଯେ ନାଲକୋ ରେ 40 ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେବ ଜମି ଯାଇଥିଲେ ମଧ୍ୟ ନାଲକୋ ର କିଛି ଅଧିକାରୀ ଜାଣି ଶୁଣି ତାଙ୍କୁ କୌଣସି ଚାକିରୀ କିମ୍ବା ଠିକା ନିଯୁକ୍ତି ଦେଉ ନାହାନ୍ତି ଓ ପୂର୍ବରୁ ଧାରଣା ଦେଇଥିବା ଏହି ପରିବାର ର ଅନ୍ୟ ଲୋକଙ୍କୁ ନାଲକୋ , ବଅଁରପାଳ ପୋଲିସ ଲଗାଇ ଗିରଫ ମଧ୍ୟ କରାଇଛି । ଆଜି ମଧ୍ୟ ବଅଁରପାଳ ପୋଲିସ ଅନୁରୂପ ଭାବରେ ଧାରଣାସ୍ଥଳ କୁ ଆସି ସେମାନଙ୍କୁ ଉଠେଇବାକୁ ଚେଷ୍ଟା କରୁଛି । କିନ୍ତୁ ବିଡ଼ମ୍ବନା ର ବିଷୟ ନାଲକୋ ପ୍ରସାଶନ ର କୌଣସି ଅଧିକାରୀ ଧାରଣାସ୍ଥଳକୁ ନଆସି ଫୋନ ଦ୍ଵାରା ଗିରଫ କରିବାର ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ବ୍ୟକ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ କି ନାଲକୋ କାହିଁକି ଜମିହରା ପ୍ରଜାଙ୍କୁ ଚାକିରୀ ନ ଦେଇ ପ୍ରତାରଣା କରୁଛି । ନାଲକୋ ଠିକାଦାର ଓ ନାଲକୋ ର ଅଧିକାରୀ ଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ପାଇଁ ଜମିହରା ପ୍ରଜା ବଦଳରେ ଅନ୍ୟ ଜିଲ୍ଲାର ଲୋକଙ୍କୁ ଚାକିରୀ ମିଳିବାର ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି ।

Leave a Reply

Your email address will not be published. Required fields are marked *