ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଠାରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଗଜପତି ଜିଲ୍ଲାର ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି ଓଡ଼ିଆ ବ୍ୟାକରଣ ସମ୍ବନ୍ଧରେ ଶିକ୍ଷାଦାନ ଦେଇଥିଲେ । ସେ ଶବ୍ଦ ଗଠନ , ବାକ୍ୟ ଗଠନ ତଥା ବ୍ୟାକରଣ ସମ୍ବନ୍ଧରେ ଅନ୍ୟାନ୍ୟ ଶିକ୍ଷାଦାନ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ନିଜ ସନ୍ଦେହ ଦୂର କରି ପାରିଥିଲେ । ମାତୃଭାଷାର ସୁରକ୍ଷା କରି ଆଗକୁ ବଢ଼ିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ , ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢ଼ୀ , ଶିକ୍ଷୟିତ୍ରୀ ସୁଜ୍ଞାନି ପାଣିଗ୍ରାହୀ , ଶୁଭଲକ୍ଷ୍ମୀ ତ୍ରିପାଠୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ସହକାରୀ ଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ଶିକ୍ଷାଦାନର ନିଷ୍ଠା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଜିଲ୍ଲାପାଳଙ୍କ ଶିକ୍ଷାଦାନ !!!

