ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଭିନ୍ନ ସାଙ୍ଗଠନିକ ପଦବୀ ରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ । ଇସ୍ତଫା ସମ୍ପର୍କରେ ଗତ ମେ ମାସ ୨୨ ତାରିଖ ରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ନୟାଗଡ଼ ଡ. ଅରୁଣ କୁମାର ସାହୁଙ୍କର ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ଥିବାରୁ ନୟାଗଡ଼ ରେ ପହଞ୍ଚିବା ପରେ ଆଜି ଆନୁଷ୍ଠାନିକ ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ମୋ ସ୍କୁଲ ଯୋଜନା ସଂଯୋଜକ, ମୋ କଲେଜ ଷ୍ଟିଅରିଂ କମିଟି ସଭ୍ୟ , ନୟାଗଡ଼ କ୍ଲବ୍ ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନ ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସୁଚନା ଯୋଗ୍ୟ ଗତ ଏପ୍ରିଲ ୩୦ ତାରିଖ ପରିଚାଳନାଗତ ଆର୍ଥିକ ତୃଟି କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଶ୍ରୀ ପଟ୍ଟନାୟକ ବୃଦ୍ଧାଶ୍ରମ ସମର୍ପଣ ର କାର୍ଯକାରୀ ସଭାପତି ପଦରୁ ନୟାଗଡ଼ ଜିଲ୍ଲାପାଳ ଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ପୁର୍ବଭଳି ଶ୍ରୀ ପଟ୍ଟନାୟକ ତାଙ୍କର ସମସ୍ତ ସମୟ ସମାଜସେବା ଏବଂ ନୟାଗଡ଼ ର ସାମଗ୍ରୀକ ବିକାଶ କ୍ଷେତ୍ରରେ ବିନିଯୋଗ କରିବେ ବୋଲି ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।
ବିଭିନ୍ନ ସାଙ୍ଗଠନିକ ପଦବୀ ରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ !!!

