ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ସ୍ଥିତ ବହଳପଡା ଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାଳନ୍ଦୀ ଚରଣ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣଯୋଗର ଭିତ୍ତି ଓ ସକ୍ରିୟ ଧ୍ୟାନ ଶୀର୍ଷକ ବିଷୟରେ ସଞ୍ଜୟ କୁମାର ମହାପାତ୍ର, ବିକାଶ ରଞ୍ଜନ ପରିଡ଼ା ଓ ଶଙ୍କର୍ଷଣ ସେନାପତି ପ୍ରମୁଖ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୋନାଲିସା ଦାଶ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ନବ କିଶୋର ଦାଶ, ଧୀରେନ୍ଦ୍ର ବେହେରା, ରସାନନ୍ଦ ଲେଙ୍କା, ଧର୍ମାନନ୍ଦ ପାଣ୍ଡେ, ଡାକ୍ତର ପ୍ରଶାନ୍ତ କୁମାର ନନ୍ଦ, ନିକୁଞ୍ଜ ବିହାରୀ ମହାନ୍ତି, ଭଜକୃଷ୍ଣ ଲେଙ୍କା, ପ୍ରଜ୍ଞା ପାରମିତା ବେହେରା, କୌଶିକ କୌସ୍ତୁଭ ଦାସ, ସରୋଜ ନଳିନୀ ପରିଜା, ଦେବେନ୍ଦ୍ର ନାଥ ସେନାପତି, ଫକିର ଚରଣ ଜେନା ଓ ବୁଲେଇ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *