ଖଣତି ସେବା ସମବାୟ ସମିତିର ଅନିୟମିତତା ନେଇ ଦାବିପତ୍ର !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଡ଼ବ ପଞ୍ଚାୟତ ଅନ୍ତର୍ଗତ ଖଣତି ସେବା ସମବାୟ ସମିତିରେ କିଛି ଚାଷୀଙ୍କ ଅଳ୍ପ ଚାଷ ଜମି ଓ କିଛି ଜମି ନ ଥାଇ ମଧ୍ୟ ଧାନ ଫସଲ ବିକ୍ରି କରିବା ପାଇଁ ଆଗୁଆ ଟୋକନ ନେଇ ମିଲରକୁ ଧାନ ଦେଇଥାନ୍ତି । ଗତ ଜାନୁଆରୀ ମାସ ୨୮ ତାରିଖରେ ଟାର୍ଗେଟ ନ ଆସିବାରୁ ଟୋକନ ବାତିଲ କରାଯାଇଥିଲା ବେଳେ କିଛି ଚାଷୀ ସେହି ତାରିଖରେ ଧାନ ବିକ୍ରି କରିଛନ୍ତି । କମ ଚାଷ ଜମି ଥାଇ ଅଧିକ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ୧୫ ହଜାର ଟଙ୍କା, ବିଗତ ୧୫ବର୍ଷ ଧରି ସମିତିରେ ସାଧାରଣ ସଭା ନହେବା , ୨୦୧୭ ମସିହା ମରୁଡ଼ିରେ କିଛି ଚାଷୀ ବୀମା ସହାୟତା ନ ପାଇବା ଓ ସମ୍ପାଦକ ବିନା ସୂଚନାରେ ସାରକୁ ବଣ୍ଟନ କରିବା ଆଦି ପ୍ରମୁଖ ଦାବୀ ଗୁଡିକୁ ନେଇ ପ୍ରଦୀପ ମହାରଣା, ରାଜ କିଶୋର ମୁଦୁଲି , ନିରଞ୍ଜନ ବେହେରା ଓ ମାନସ ରଞ୍ଜନ ବିଶ୍ବାଳଙ୍କ ସମେତ ଲିଖିତ ଅଭିଯୋଗକୁ ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀକୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *