ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ । ଏହି ଜାତୀୟ କ୍ରୀଡ଼ା ଦିବସ ହକିର ଯାଦୁକର ଧ୍ୟାନଚାନ୍ଦ ଙ୍କର ଜନ୍ମ ବାର୍ଷିକୀ ଅବସରରେ ସାରା ଦେଶ ପାଳନ କରୁଛି । ଏହି ଅବସରରେ ଗଜପତି ଷ୍ଟାଡିୟମ ପରିସରରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଧ୍ୟାନଚାନ୍ଦ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଆମ ଜିଲ୍ଲାର ଖେଳାଳୀ ମାନଙ୍କ ଦକ୍ଷତା ର ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ବିଭାଗ ଦ୍ଵାରା ଆୟୋଜିତ ହୋଇଥିଲା । ସେହିପରି ସନ୍ଧ୍ୟାରେ ଇନଣ୍ଡୋର ହଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ଉତ୍ତମ ପ୍ରଦର୍ଶନକାରୀ କ୍ରୀଡା ପ୍ରତିଭା ଭାବେ ଭାଗୀରତି ଜେନା , ମୁନୁ ପାତ୍ର , ଲିଙ୍ଗରାଜ ପାଟଯୋଶୀ ଓ ସମୀର ଗାନ୍ତ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ପିଡି ଡି ଆର ଡ଼ି ଏ ଲଳିତ କହଁର, ଆଇ ଟି ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ ଫାଲଗୁନୀ ମାଝି, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ କ୍ରୀଡ଼ା ଅଧିକାରୀ ନଟବର ଗରଡ଼ ଓ ତାଙ୍କ ସହକର୍ମୀ ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *