ବାଣପୁର ଦେଓଗାଁ ପଞ୍ଚାୟତର ଦୁର୍ନୀତିର ଗୁମର : ଗରିବର ଖାଦ୍ୟ ଉପରେ ସରକାରୀ ବାବୁଙ୍କ ନଜର !!!

0
200

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୌଣସି ଲୋକ ଭୋକିଲା ରହିବେ ନାହିଁ ବୋଲି ଉଭୟ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର, ଖାଦ୍ୟ ସୁରକ୍ଷା ଯୋଜନାରେ ସଦା ସର୍ବଦା ବୋଲାଇ ଆସୁଥିବା ୧ ନଂ ଛବିକୁ ନିମ୍ନ ସ୍ତରରେ ମଳିନ କରିବାକୁ ଚାଲିଚି ଷଡଯନ୍ତ୍ର । ସରକାର ଗୋଟେ ପଟରେ ଗରିବଙ୍କୁ ଦାନା ଯୋଗାଉଥିବା ବେଳେ ଅନ୍ୟ ପଟରେ ଗରିବଙ୍କ ପେଟକୁ ତଳ ତଳିଅ‍‍ା କର୍ମଚାରୀ ଗୋଇଠା ମାରୁ୍ଥିବ‍ା ନଜରକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ରାସନ ବଣ୍ଟନ ସମୟରେ ମୁଣ୍ଡ ପିଛା ୧ କିଲୋ ରାସନ୍ କମୁଥିବାର ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ । ଗଣମାଧ୍ୟମର ଘଟଣା ଉପରେ ନଜର ପଡିବା ପରେ , ଗଣମାଧ୍ୟମ ସମୁଖରେ ନିଜର କୋହଭରା କଣ୍ଠରେ ଦୁଃଖ ବଖାଣିଛନ୍ତି ହିତାଧିକାରୀ । କିଏ କହୁଚି ଆମେ ପାଇବାକୁ ଉପଯୁକ୍ତ ଥିଲେ ମଧ୍ୟ ଆମକୁ ମିଳୁନି, ଆଉ କିଏ କହୁଚି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭ ପାଉଛନ୍ତି ବଡବଡିଆ , ତ ଆଉ କିଏ କହୁଚି ସରକାର ମୁଣ୍ଡ ପିଛା ମାସକୁ ୫ କିଲୋ ପ୍ରଦାନ କରୁଥିବା ସମୟରେ ସେହି ୫ କିଲୋ ଉପରେ ନଜର ପକେଇ ୧ କିଲୋ ଲେଖାେଏଁ କାଟି ଦୋଉଛନ୍ତି ।

ଇଏ କୋଉ ଭଳିଆ ୧ ନଂ ସରକାର , କୋଉଭଳିଆ ସ୍ଵଚ୍ଛତା, କୁଆଡେ ଗଲା ୫ ଟି ବ୍ୟବସ୍ଥା । ଏ ସବୁ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡିଛି ଦେଓଗାଁ ପଞ୍ଚାୟତ । ଏ ସବୁ ପରେ ପଞ୍ଚାୟତ ଅଧିକାରୀ ଏବଂ ସରପଞ୍ଚଙ୍କ ପ୍ରତିନିଧି ଆସି ଲୋକକୁ ବୁଝାସୁଝା କରିବା ସହ ଲୋକଙ୍କୁ କ୍ଷମା ପ୍ରାର୍ଥନା ମାଗିଛନ୍ତି । ପରିବେଶ ଶାନ୍ତ ପଡିବା ପରେ ବିତରଣ କରୁଥିବା କର୍ମଚାରୀ ଭୁଲ୍ ମାଗି ହିତାଦିକାରୀଙ୍କୁ ୫ କିଲୋ କରି ସମସ୍ତଙ୍କୁ ଠିକ୍ ଠିକ୍ ରେ ପ୍ରଦାନ କରିଛନ୍ତି । ଏଠି ଆଜ୍ଞା ଗୋଟିଏ କଥା କହି ରଖୁଛୁ । ଯଦି ଜଣଙ୍କ ପିଛା ୧ କିଲୋ ରାସନ କଟାଯାଉଛି ମାସକର ଖାଦ୍ୟରେ , ତେବେ ଉକ୍ତ ପଞ୍ଚାୟତରେ ଯେତେ ଖାଉଟି ଅଛନ୍ତି ସେମାନଙ୍କର ମାସକୁ କେତେ ବଳକା ରହିଲା ଏବଂ ସେ ବଳକା ରାସନ କୁଆଡେ ଗଲା ?? ଏ ସବୁ ଜାଣିଛନ୍ତି ତ ପଞ୍ଚାୟତ ସରପଞ୍ଚ , ଏ ସବୁ ଜାଣିଛନ୍ତି ତ ପଞ୍ଚାୟତ ଅଧିକାରୀ , ଏ ସବୁ ଜାଣିଛନ୍ତି ତ ସପ୍ଲାଏ ଇନିସ୍ପେକ୍ଟର , ଏ ସବୁ ଜାଣିଛନ୍ତି ତ ବ୍ଲକ ଅଧିକାରୀ ???

 

LEAVE A REPLY

Please enter your comment!
Please enter your name here