ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସିଥିଲେ ମଧ୍ୟ ୨୦୧୮ ମସିହା ରୁ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ ହୋଇ ପାରୁନାହିଁ ଅଙ୍ଗନବାଡ଼ି ଗୃହ । ଏପରି କାର୍ଯ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଚମ୍ପାପେଡ଼ି ଗ୍ରାମ ପଞ୍ଚାୟତ ର ନାଗଝର ଠାରେ । କାର୍ଯ୍ୟାଦେଶ ଆସିଛି , ଖୋଦ ବ୍ଲକ ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାଥ ସାହୁ ନାମରେ କିନ୍ତୁ ସମ୍ପୁର୍ଣ୍ଣ ହୋଇପାରୁନାହିଁ ଗୃହ ନିର୍ମାଣ କାମ । ୨୦୧୮ /୧୯ ମସିହାରେ ୨ ଲକ୍ଷ ଟଙ୍କା ଓ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ଅନୁଦାନ ଆସି କାର୍ଯ୍ୟ ଆରମ୍ଭ ହୋଇଥିଲା , କିନ୍ତୁ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରୁ ନଥିଲା । ୨୦୧୯ ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇ ଅଧାରୁ ବନ୍ଦ କରିଦିଆ ଯାଇଥିଲା । ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି । ସେହି ପୁରୁଣା କଳଙ୍କି ଲାଗିଥିବା ରଡ଼ ରେ କାର୍ଯ କରି ବିଲ୍ କରିନେବା ପାଇଁ ଚାଲିଛି ଯୋଜନା । କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଦୀର୍ଘ ବର୍ଷ ଧରି ପଡି ରହିଥିବା କଳଙ୍କି ଲାଗିଥିବା ସେହି ପୁରୁଣା ରଡ଼ ରେ କାର୍ଯ୍ୟ ହେଉଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ର ସ୍ଥାୟୀତ୍ବ କେତ ? ଭବିଷ୍ୟତ ରେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ଦାୟୀ ରହିବେ କିଏ ??