ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ ଔଷଧ ରେ ଷ୍ଟିକରିଙ୍ଗ୍ ର ହେଲା ଉନ୍ମୋଚନ । କିଛି ଦିନ ତଳେ ସମାଜସେବୀ ଚିନ୍ମୟୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦିଆ ଯାଉଥିବା ଔଷଧ ଷ୍ଟିକରିଙ୍ଗ୍ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏ ସମ୍ବନ୍ଧ ରେ ଚିକିତ୍ସାଳୟର କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦିଆ ଯାଉଥିବା ଔଷଧ ରେ ଷ୍ଟିକରିଙ୍ଗ୍ ବ୍ୟବସ୍ଥା ର ଉନ୍ମୋଚନ କରିଛନ୍ତି । ଯାହା ଫଳରେ ଲୋକ ମାନଙ୍କୁ ଆଉ କୌଣସି ଅସୁବିଧାର ସମୁଖୀନ ହେବାକୁ ପଡିବ ନାହିଁ । କାରଣ ଦିଆ ଯାଉଥିବା ଔଷଧ ରେ ମାର୍କର ସହାୟତାରେ ଲୋକ ମାନଙ୍କୁ ଔଷଧ ଦିଆ ଯାଉଥିଲା । ଯାହା ଫଳରେ ଔଷଧ ରୁ ମାର୍କର ଟି ଲିଭି ଯାଉଥିବାରୁ ଲୋକ ମାନେ ଅସୁବିଧା ର ସମୁଖୀନ ହେଉଥିଲେ । ଆଜି ତାହାର ଅନ୍ତ ଘଟିଛି , କାରଣ ଆଜି ଠାରୁ ଔଷଧ ରେ ଷ୍ଟିକରିଙ୍ଗ୍ ବ୍ୟବସ୍ଥା ଆରମ୍ବ ହୋଇଛି ।
ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଔଷଧ ରେ ଷ୍ଟିକରିଙ୍ଗ୍ ର ଉନ୍ମୋଚନ !!!

