କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳାଇ : କଣାସ ବ୍ଲକର ପ୍ରୟ ୩୦୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ଭାଇମାନେ ଏକଜୁଟ ହୋଇ ସେମାନଙ୍କର ପକେଟ୍ ରୁ କିଛି କିଛି ଟଙ୍କା ଆଦାୟ କରି ଅସହାୟ ପରିବାର ପାଖରେ ପହଞ୍ଚାଇଛନ୍ତି ସହାୟତା । ଜଣେ ଡ୍ରାଇଭର କିଛି ଦିନ ତଳେ ଦୁର୍ଘଟଣାରେ ଗୋଟେ ଗୋଡ଼ ହରାଇବା ପରେ ଗାଡ଼ିର ମାଲିକ ତାଙ୍କୁ କିଛି ସାହାଯ୍ୟ ସହାନୁଭୂତି କରିଥିଲେ । ସେପ୍ଟେମ୍ବର ୧ ତାରିଖ ଡ୍ରାଇଭର ଦିବସ ପାଳନ ଅବସରରେ କଣାସ ବ୍ଲକ୍ ର ଡ୍ରାଇଭର ସଂଘ ର ସଭାପତି ତପନ ବଳିୟାର ସିଂହ ଗୋଡ଼ ହରାଇଥିବା ଡ୍ରାଇଭର ଭାଇଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରିବା ସହିତ , ସଂଘ ତରଫରୁ ମେଡିସିନ, ଚାଉଳ, ଡ଼ାଲି, ଚୁଡ଼ା, ଚିନି ଏବଂ ମାସକ ପାଇଁ ଗୋସାରୀ ଦେଇଛନ୍ତି । ସଂଘ ର ସହ-ସମ୍ପାଦକ ବ୍ରଜବନ୍ଧୁ ନାୟକ କହିଥିଲେ ସରକାର ଆଜି ପର୍ଯ୍ୟନ୍ତ କୋୖଣସି କଥା ବୁଝିଲେ ନାହିଁ । ଆଗକୁ ଯଦି ସରକାର ନ ବୁଝନ୍ତି ତାହାଲେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ହେବ ବୋଲି ଖୋଲା ଚାଲେଞ୍ଜ ଦେଇଥିଲେ ।
କଣାସ ଅଞ୍ଚଳର ଡ୍ରାଇଭର ସଂଘ ଭାଇମାନଙ୍କ ର ମହାନତା !!!

