ଲୋକ ସମ୍ପର୍କ ଅଭିଯାନ ପଦଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍ ଅବାରସିଂ ଗ୍ରାମ ପଞ୍ଚାୟତ ରେ ସ୍ଥାନୀୟ ପଞ୍ଚାୟତର ଗ୍ରାମ ସେବକ ବିଶ୍ବଜିତ ଲିମା, ସରପଞ୍ଚ ଶ୍ରୀମତି ଦୃପତି ରଇତ ଓ ନାୟବ ସରପଞ୍ଚ ପବିତ୍ର ଗମାଙ୍ଗ ସ୍ଥାନୀୟ ପଞ୍ଚାୟତ ର ଆଶା, ଅଙ୍ଗନବାଡ଼ି ଏବଂ ମହିଳାମାନଙ୍କ ସହ ସଶକ୍ତିକରଣ ଅଭିଯାନ ଲୋକ ସମ୍ପର୍କ ପଦଯାତ୍ରା କରି ପ୍ରତେକ ଗ୍ରାମ ପରିବାରର ଲୋକଙ୍କ ପାଖକୁ ଯାଇ ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା , ସରକାରଙ୍କ ସମସ୍ତ ସାହାଯ୍ୟ ବିଷୟରେ ଜଣେଇ ଲୋକଙ୍କୁ M.G.N.R.S କାମ ଯୋଗାଇ ଦେବା ସହ ଯାହାର ଭତା ପାଇବାକୁ ଯୋଗ୍ୟ, ଯାହାର ରହିବାକୁ ଜାଗା ନାହିଁ, ଯାହାର ଘର ନାହିଁ ସେମାନଙ୍କୁ ଏ ସମସ୍ତ ସମସ୍ୟାରୁ ଦୂର ହେବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ! ବାଲ୍ୟ ବିବାହ ବିଷୟରେ ପଞ୍ଚାୟତ ବାସୀଙ୍କୁ ସଚେତନତା ବାର୍ତ୍ତା ଦେଇ ବାଲ୍ୟ ବିବାହକୁ ବନ୍ଦ ରଖିବାକୁ ପରାମର୍ଶ ଦେବା ସହ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ ! ପଦଯାତ୍ରା ଦ୍ଵାରା ଅବାରସିଂ ଗ୍ରାମପଞ୍ଚାୟତ ର ସମସ୍ତ ଗ୍ରାମକୁ ଯାଇ ସରକାରର ସମସ୍ତ ଯୋଜନା କୁ ସଚେତନତା କରିବାରେ ସମସ୍ତ ଙ୍କ ସହଯୋଗରେ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *