ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ , ବିଦ୍ୟାଳୟର ସଭାପତି ଡ଼ଃ. ଶଙ୍କର ପ୍ରସାଦ ବକ୍ସି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଆୟୋଜିତ ବିଜ୍ଞାନ ମେଳାରେ ମୋଟ ୯୨ ପ୍ରକଳ୍ପ , ୧୦ଟି ପ୍ରୟୋଗ (experiment), ୨୫ଟିନୂତନ ପ୍ରୟୋଗ (new experiment) ଏବଂ ଏତତ୍ ସହିତ ଶିଶୁ ବର୍ଗ, ବାଲ୍ ବର୍ଗ, କିଶୋର ବର୍ଗରୁ ମୋଟ ୨୭ ଜଣ ପ୍ରତିଯୋଗୀ ବୈଦିକ ଗଣିତ ଓ ବିଜ୍ଞାନ ପ୍ରଶ୍ନମଞ୍ଚରେ ଅଂଶ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ରୂପେ ମହେନ୍ଦ୍ରଗିରି ମ୍ୟୁନିସିପାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ମନୋଜ କୁମାର ପଣ୍ଡା ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଏଥିରେ ଅନୁଷ୍ଠାନର ସହ-ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ, ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ, ଦେବୀ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାର ସରକାରୀ ବିଦ୍ୟାଳୟର ୯ ଜଣ ପ୍ରମୁଖ ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ଯୋଗ ଦେଇଥିଲେ ।