କଳା ମୁଗୁନି ପଥର ପାହଡ ନିଲାମ କୁ ବିରୋଧ କରି ବାଣପୁର ତହସିଲ ଘେରାଉ କଲେ ଶହ ଶହ ଲୋକେ !!!

0
1155

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପାହଡ ନିଲାମ କୁ ଶହ ଶହ ଲୋକଙ୍କ ବିରୋଧ । ପାହଡ ରେ ଭରପୁର ହୋଇଛି କଳା ମୁଗୁନି ପଥର , ସେଥିପାଇଁ ସରକାରୀ ସ୍ତରରେ ଏହାକୁ ୫ ବର୍ଷ ପାଇଁ ଲିଜ୍ ସୂତ୍ରେ ନିଲାମ ଦେବାପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି । ବିଜ୍ଞାପନ ପ୍ରକାଶିତ ହେବା ପରେ ଏହି ପାହାଡ ର ଚତୁପାର୍ଶ୍ୱରେ ଥିବା ଆଖପାଖ ଗାଁର ଶହ ଶହ ଲୋକମାନେ ଏହାକୁ ବିରୋଧ କରିଥିଲେ । ଶହ ଶହ ଲୋକମାନେ ହାତରେ ପ୍ଲା-କାର୍ଡ ସହ ନାରାବାଜି କରି ବାଣପୁର ନଗର ପରିକ୍ରମା କରିବା ପରେ ଏହି କଳା ମୁଗୁନି ପଥର ପାହଡ ନିଲାମ କୁ ବିରୋଧ କରି ବାଣପୁର ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ବାଣପୁର ତହସିଲ ଅଧିନସ୍ଥ କୋଳଥଡିହ ଗ୍ରାମ ତଥା କୋଳଥଡିହ ମୈ।ଜା ରେ ୪୨ ଏକର ରୁ ଉର୍ଦ୍ଧ୍ବ ସରକାରୀ ଅନାବାଦୀ ଜାଗା ରହିଛି , ଯେଉଁଥିରେ ଏକ କଳା ମୁଗୁନି ପଥର ପାହଡ ରହିଛି । ଯଦି ଏହି ପାହଡ କୁ ପଥର ମାଫିଆ ମାନଙ୍କୁ ପ୍ରଶାସନ ହସ୍ତାନ୍ତର କରେ ତେବେ ହଜାର ହଜାର ଲୋକଙ୍କର ଅନେକ ସମସ୍ୟା ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ଏହି ନିଲାମ ବ୍ୟବସ୍ଥା କୁ ରଦ୍ଦ କରିବା ପାଇଁ ଲୋକମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here