କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳାଇ : ଗ୍ରାମରେ ଏକ ନିଆରା ଢ଼ଙ୍ଗରେ ପାଳନ ହେଉଛି ପବିତ୍ର ରାଧା ଅଷ୍ଟମୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ରେ ମା ରାଧା ଦେବୀ ଜନ୍ମଗ୍ରହଣ କରିଥିଲେ । ଏହି ଦିନଟିକୁ ଓଡିଶା ରେ ରାଧା ଅଷ୍ଟମୀ ଭାବେ ଖୁବ ଧୁମ ଧୁମଧାମର ସହ ପାଳନ କରାଯାଏ । ସେହିଭଳି କଣାସ ର ବିଣ୍ଡିପୁର ଗ୍ରାମରେ ୧୮୬୨ ମସିହାରୁ ରାଧା ଅଷ୍ଟମୀ ପର୍ବ କୁ ଭାଇଚାରା ର ପର୍ବ ରୂପେ ପାଳନ କରିଆସୁଛନ୍ତି ଗ୍ରାମବାସୀ । ପର୍ବପର୍ବାଣି ମେଳା ମହୋତ୍ସବ ହେଉଛି ଓଡିଶା ର ପୁର ପଲ୍ଲୀ ର ଭାବ ଭାଇଚାରା ର ସମ୍ପର୍କ ର ମୁଖ୍ୟ ସ୍ରୋତ । ମନରୁ ରାଗ ଅଭିମାନ ସବୁ ଭୁଲିଯାଇ ହାତ ରେ ହାତ ମିସାଇ ମନରେ ଭାବ ଭକ୍ତି ଜାଗ୍ରତ କରି ଆନନ୍ଦ ଉଲାସ ର ସହ ପାଳନ କରନ୍ତି ଭାଇଚାରା ର ପର୍ବ ରାଧା ଅଷ୍ଟମୀ । ଉତ୍ସବ ମୁଖର ହୋଇଉଠେ ଗାଁ ଦାଣ୍ଡ । ରାଧା ଅଷ୍ଟମୀ କୁ ବେଶ ଧୁମଧାମର ସହ ପାଳନ କରନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ବିଣ୍ଡିପୁର ଗ୍ରାମର ଗ୍ରାମବାସୀ । ୧୮୬୨ ମସିହା ଜେଜେ ଗୋସିବାପ ଅମଳରୁ ଗ୍ରାମରେ ଏହି ପର୍ବ ପାଳନ ହୋଇ ଆସୁଛି । ଖାଲି ସେତିକି ନୁହେଁ ଗାଁ ର ଯୁବକ, ବୃଦ୍ଧ, ପୁରୁଷ ଏକତ୍ରିତ ହୋଇ ରାଧା ଅଷ୍ଟମୀ ର ୧୫ ଦିନ ଆଗରୁ ନୃତ୍ୟ , ସଙ୍ଗୀତ , ନୃତ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ଅଭ୍ୟାସ କରିବା ସହିତ ପ୍ରସ୍ତୁତ ହୋଇଥାଆନ୍ତି । ଗାଁ ର ପ୍ରତ୍ୟେକ ଘରୁ ଟଙ୍କା ଆଦାୟ କରି ଏହି ପର୍ବଟିକୁ ଧୁମଧାମର ସହ ପାଳନ କରନ୍ତି ଗ୍ରାମବାସୀ । ଉତ୍ସବର ବିଶେଷ ଆକର୍ଷଣ କରିଥାଏ ଗାଁ ଦାଣ୍ଡରେ ଭାଲୁ ,ଘୋଡା, ବାଘ, ସଖି, ଚଢେଆ ଚଢେଆଣି, ନାଗା ଆଦି ନାଚରେ ଲୋକଙ୍କ ମନମୁଗ୍ଧ କରିଥାଏ ଏହି ସବୁ ନୃତ୍ୟ ପରିବେଷଣ । ସବୁଠୁ ବଡ଼କଥା ହେଲା ଏହି ସବୁ ନୃତ୍ୟ ପରିବେଷଣ କରୁଥିବା କଳାକାର ମାନେ ହେଲେ ଗ୍ରାମର ମୁରଵୀ ମାନେ । ଦିନ ସାରା ବିଲ ବାଡ଼ି ରେ କାମ କରି ରାତିରେ ପର୍ବ ପାଇଁ ଅଭ୍ୟାସ କରିଥାନ୍ତି ଲୋକେ । ରାଧା ଅଷ୍ଟମୀ ଆସିଲେ ଉତ୍ସବ ମୁଖର ହୋଇଉଠେ ଗାଁ ଦାଣ୍ଡ । ଗାଁ ର ଯୁବକ ମାନେ କାନ୍ଧ ରେ ରାଧା କୃଷ୍ଣ ଙ୍କ ପ୍ରତିମୂର୍ତ୍ତି ରଖି ଦୋଳ ବିମାନ ଧରି ଗାଁ ପରିକ୍ରମା କରନ୍ତି । ବୃଦ୍ଧମାନଙ୍କ ଝାଞ୍ଜ ସଂକୀର୍ତ୍ତନ ମାଦଳ ହରିବୋଲ ରେ ଗାଁ ରେ ସୃଷ୍ଟି ହୁଏ ଭକ୍ତିମୟ ପରିବେଶ । ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମର ଲୋକଙ୍କ ସହ ଦେଶ ବିଦେଶରେ ରହୁଥିବା ବନ୍ଧୁ ପ୍ରିୟଜନ ସମ୍ପର୍କୀୟ ଛୁଟି ଆସନ୍ତି ଗ୍ରାମକୁ । ଘରେ ଘରେ ପିଠାପଣା ବନ୍ଧୁ ବାନ୍ଧବ ଆନନ୍ଦ ଉଲାସ ରେ ପାଳନ କରନ୍ତି ଏହି ଉତ୍ସବ । ଏହି ପର୍ବ ଆୟୋଜନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଗାଁ ର ଯୁବକ ମାନେ । କୁହନ୍ତି ଆଧୁନିକ ଯୁଗରେ ରାଧା ଅଷ୍ଟମୀ ଆଗକୁ ଏହି ଭଳି କଳା ସଂସ୍କୃତି ,ପରମ୍ପରା ଭାଇଚାରା ର ପର୍ଵ ରୂପେ ଗାଁ ରେ ପାଳନା କରାଯିବ । ଆଧୁନିକ ଯୁଗରେ ଓଡିଶା ର ପୁର ପଲ୍ଲୀରେ ପର୍ବପର୍ବାଣି ମେଳା ମହୋତ୍ସବ ହିଁ ଏକାଗ୍ରତ ଭାଇଚାରା ବଜାଇ ରଖିବା ସହ ଗ୍ରାମବାସୀ ଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିବ ବୋଲି ବୁଦ୍ଧିଜୀବୀ ମାନେ ଆଶାବ୍ୟକ୍ତ କରନ୍ତି ।
ଗ୍ରାମରେ ୧୮୬୨ ମସିହାରୁ ଭାଇଚାରା ବଜାଇ ରଖିଛି ରାଧା ଅଷ୍ଟମୀ ପର୍ବ !!!

