ଦିବ୍ୟାଙ୍ଗ ଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆୟୋଜନ କରିବ ରୋଟାରୀ କ୍ଲବ ଅଫ ଇନଫୋସିଟି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ଙ୍କ ପାଇଁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆୟୋଜନ କରିବ ରୋଟାରୀ କ୍ଲବ ଅଫ ଇନଫୋସିଟି ! ଜନ୍ମରୁ କିମ୍ବା ଦୁର୍ଘଟଣା ଜନିତ କାରଣରୁ ଗୋଡ କିମ୍ବା ହାତ ନଥିବା ଦିବ୍ୟାଙ୍ଗ ମାନଙ୍କୁ ଏହି ଶିବିରରେ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ ବୋଲି ରୋଟାରୀ କ୍ଲବ ଅଫ ଇନଫୋସିଟିର ସଭାପତି ପ୍ରସନ୍ନ କୁମାର ପଣ୍ଡା ପ୍ରକାଶ କରିଛନ୍ତି ! ସୂଚନାଯୋଗ୍ୟ ବିଗତ ଦିନରେ ମଧ୍ୟ ପଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ଶିବିରରେ ରୋଟାରୀ କ୍ଲବ ଅଫ ଇନଫୋସିଟି ତରଫରୁ ପ୍ରୋଜେକ୍ଟ ସ୍ୱାଭିମାନ ଜରୀଆରେ ପାଖାପାଖି ତିନି ଶହରୁ ଅଧିକ ଦିବ୍ୟାଙ୍ଗଙ୍କ କୃତ୍ରିମ ହାତ ପ୍ରଦାନ କରାଯାଇଥିଲା ! ଆସନ୍ତା ନଭେମ୍ବର ମାସରେ ଏହି ଶିବିର ଆୟୋଜନ କରାଯିବ ବୋଲି କ୍ଲବର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହୋଇଛି !

ଅନୁଷ୍ଠାନ ତରଫରୁ ସ୍ୱାଭିମାନ – ୨ ଶିବିର ଆୟୋଜନ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କ୍ଲବ ର ପ୍ରେସିଡେଣ୍ଟ ପ୍ରସନ୍ନ ପଣ୍ଡା , ରୋଟାରୀଆନ ବିଶ୍ୱଜିତ ବରୁଆ , ତ୍ରିଲୋଚନ ପାତ୍ର , ଶୁଭ୍ରାଂଶୁ ତ୍ରିପାଠୀ , ସୁବାଷ ସାହୁ , ଦେବାଶିଷ ମିଶ୍ର , ପ୍ରକାଶ କର , ବିଭୂତି ଭୂଷଣ ତ୍ରିପାଠୀ , ସମ୍ବିତ ଦାସ ପ୍ରମୂଖ ଉପସ୍ଥିତ ରହିଥିଲେ !

 

Leave a Reply

Your email address will not be published. Required fields are marked *