କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଆରମ୍ଭ ହୋଇଛି ପାର୍ବଣର ରୁତୁ। ଏହି ପାର୍ବଣ ରୂତୁରେ ବିଘ୍ନ ବିନାଶକ ଗଜାନନଙ୍କ ଆବିର୍ଭାବ ହୋଇଥିବା ବେଳେ କଟକର ବିଭିନ୍ନ ସାହି ଓ ବସ୍ତିରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବର ସହକାରେ ଆୟୋଜିତ ହୋଇଛି । ଏହି ସମୟରେ ରାଣୀହାଟ ମାଳିସାହିର ସେଭେନଷ୍ଟାର କ୍ଲବ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ଅବସରରେ ଲମ୍ବୋଦର ସେବା ସମିତି ପକ୍ଷରୁ ଲମ୍ବୋଦର ସେବା ସମ୍ମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁଥିରେ କଟକର ବିଭିନ୍ନ ପୂଜା କମିଟି ଗୁଡିକ ପୁରାତନ ବା ଯେଉଁ କମିଟି ଗୁଡିକର ସାଜସଜ୍ଜା ବେଶ୍ ସୁନ୍ଦର କାରୁକାର୍ଯ୍ୟରେ ହେଇଥିଲା ସେମାନଙ୍କୁ ସମ୍ମାନୀତ କରାଯାଇଛି । ସେହିପରି ଲମ୍ବୋଦର ସେବା ସମ୍ମାନରେ ରାଣୀହାଟ ମାଳିସାହିର ସେଭେନଷ୍ଟାର କ୍ଲବକୁ ମଧ୍ୟ ସମ୍ମାନୀତ କରାଯାଇଛି । ଏହି ଅବସରରେ ବିଶିଷ୍ଟ ମାନବାଧିକାର କର୍ମୀ ବିଶ୍ବଜିତ ସୂର୍ଯ୍ୟବଂଶୀ ଏବଂ ସନାତନ ଧର୍ମ ପ୍ରଚାରକ ସଂଗ୍ରାମ କୁମାର ସାମନ୍ତରାୟ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । ସେଭେନଷ୍ଟାର କ୍ଲବର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସେବା ସମ୍ମାନ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହି ଉତ୍ସାହ ତାଙ୍କୁ ପ୍ରେରଣା ଦେବବୋଲି ସୂଚନା ଦେଇଛନ୍ତି ବିଶ୍ବଜିତ ସୂର୍ଯ୍ୟବଂଶୀ । ଏଥିସହିତ ଆଗାମୀ ଦିନରେ କଟକର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବବୋଲି ଜଣାଯାଇଛି ।

