ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ନେଉଥିବା ଯୁବକ ମାନଙ୍କୁ ଉପକରଣ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୋଲିସ ପଡିଆ ଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ନେଉଥିବା ଯୁବକ ମାନଙ୍କୁ ହାଇଟେକ ଗୃପ ତରଫରୁ ଟି ସାର୍ଟ ଏବଂ ଜୋତା ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ବିଜେଡ଼ି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓଙ୍କ ଯୋଗ ଦେଇଥିଲେ । ଏହି ଅବସରରେ କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟାମ୍ମା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଲ , ପାରଳାଖେମୁଣ୍ଡି ପୌରପରିଷଦର ସମସ୍ତ କାଉନ୍ସିଲୋର , ଜିଲ୍ଲା ପରିଷଦ ସଦସ୍ୟ ଶାସନମ ବାଳରାଜୁ, ବରିଷ୍ଠ ନେତା ଏସ . ଗଜପତି ରାଓ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ବିଭୁତି ଭୂଷଣ ମହାନ୍ତି , ରାଜୁ ବେହେରା , ଲକ୍ଷ୍ମୀକାନ୍ତ ପରିଚ୍ଛା ଏବଂ ସ୍ଥାନୀୟ ବହୁ ସରପଞ୍ଚ ଓ ସମିତି ସଭ୍ୟ ବ୍ଲକର ବିଜେଡ଼ି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *