ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲାଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF କର୍ମଚାରୀଙ୍କ ଦ୍ୱାରା କୋଇଲା ଖଣି ଲୋକାଲ ସେଲ ପ୍ଲଟ ରୁ କୋଇଲା ଲୋଡିଙ୍ଗ କରୁଥିବା ସମୟରେ ୩ ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ ହୋଇଛି । ରାତି ପ୍ରାୟ ଗୋଟାଏ ବେଳେ କୋଇଲା ଚୋରି କରୁଥିବା ଅବସ୍ଥାରେ ଗାଡି ଗୁଡିକୁ ଜବତ କରିଛି OISF ଟିମ । ଏତେ ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି ପ୍ଲଟ ଭିତରକୁ ଗଲା ତାହା ସନ୍ଦେହ ଘେରରେ । ସେପଟେ ଲିଙ୍ଗରାଜ ମହାପ୍ରବନ୍ଧକ ଅଧିକାରୀ ଅଜୟ କୁମାର ଦେହୁରୀ ପ୍ରକାଶ କରିଛନ୍ତି , ଏଥିରେ ଲିପ୍ତ ଥିବା ଅଭିଯୁକ୍ତ ବିରୋଧରେ ଗ୍ରହଣ କରାଯିବ କଡା ପଦକ୍ଷେପ । ଘଟଣା ସ୍ଥଳରେ ତାଳଚେର ସଦର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।