ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭାବେ ଯୁବନେତା ଅବନୀକାନ୍ତ ସାହୁ ମନୋନୀତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ ର ଅଧ୍ୟକ୍ଷ ଭାବେ ବିଜୁ ଜନତା ଦଳର ଯୁବନେତା ଅବନୀକାନ୍ତ ସାହୁ ଙ୍କୁ ଚୟନ କରାଯାଇଛି । ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଙ୍କ ଦାୟିତ୍ଵ ସରିବା ପରେ ଅନେକ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅବନୀକାନ୍ତ ସାହୁଙ୍କ ନାମ ତାମଡା ଅଧ୍ୟକ୍ଷ ପାଇଁ ଅନୁମୋଦନ କରିଛନ୍ତି । ଅବନୀକାନ୍ତ ସାହୁ ପାଳଲହଡା ନିର୍ବାଚନ ମଣ୍ଡଳୀର ବାରକୋଟିଆ ଗ୍ରାମର ବାସିନ୍ଦା ଅଟନ୍ତି । ନିକଟରେ ଯାଇଥିବା ପୌର ନିର୍ବାଚନ ଓ ଉପନିର୍ବାଚନ ରେ ଦଳ ପାଇଁ ଅନେକ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ କଣିହାଁ ବ୍ଲକର ୨ଟି ଜିଲ୍ଲା ପରିଷଦ ଆସନ ସହିତ ଅନେକ ସମିତି ସଭ୍ୟ ଙ୍କର ଦାୟିତ୍ଵ ନେଇ ସଫଳତା ପାଇଥିଲେ । ସେ ଜଣେ ଦକ୍ଷ ଯୁବ ସଙ୍ଗଠକ । ଆଜି ସାରା ପାଳଲହଡା ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଆଜିର ଘୋଷଣା ପରେ, ଏନେଇ ଅବନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *